ads

Breaking News

ଡାଇମଣ୍ଡ କ୍ଳବ ତରଫରୁ ଭଲି ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ

The tournament is being held by the Diamond Club


ଓଡ଼ଗାଁ:- ଡାଇମଣ୍ଡ କ୍ଳବ ତରଫରୁ ଏକ ଦିବସୀୟ ଭଲି ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି। ଟୁର୍ଣ୍ଣାମେଣ୍ଟ ରେ ସମୁଦାୟ ୮ ଟି ଦଳ ଅଂଶ ଗ୍ରହଣ କରିଥିଲେ।  ପ୍ରଥମେ ୪ ଟି ପର୍ଯ୍ୟାୟ ରେ ୮ ଟି ଯାକ ଦଳ ଲିଗ୍ ମ୍ୟାଚ ଖେଳିଥିବା ବେଳେ ଦେଓଗାଁ ଡାଇମଣ୍ଡ କ୍ଳବ ଗ୍ରୁପ A ଓ ଡାଇମଣ୍ଡ କ୍ଳବ ଗ୍ରୁପ B  ଏହା ସହ ୩ଡି କ୍ଳବ ,ଓଡ଼ଗାଁ ଏବଂ ମେଟ୍ରୋ କ୍ଳବ, କୋମଣ୍ଡ ଦଳ ସେମିଫାଇନାଲ କୁ ଉତ୍ତିର୍ଣ୍ଣ ହୋଇଥିଲେ।  ସେମିଫାଇନାଲ ଖେଳିବା ପରେ ଫାଇନାଲ ମ୍ୟାଚ କୁ ଡାଇମଣ୍ଡ କ୍ଳବ ଗ୍ରୁପ"A" ଏବଂ ମେଟ୍ରୋ କ୍ଳବ ,କୋମଣ୍ଡ ଉତ୍ତିର୍ଣ୍ଣ ହୋଇ ସଂଘର୍ଷ ପୂର୍ଣ୍ଣ ମ୍ୟାଚ ଖେଳିବା ପରେ ମେଟ୍ରୋ କ୍ଳବ, କୋମଣ୍ଡ ଫାଇନାଲ ମ୍ୟାଚ ରେ ବିଜୟୀ ହୋଇଥିଲା। 
            ଏକ ଦିବସୀୟ ଏହି ଭଲି ଟୁର୍ଣ୍ଣାମେଣ୍ଟ ରେ ଡାଇମଣ୍ଡ କ୍ଳବ ର ଯୁଗ୍ମ ସଂପାଦକ ଜିତେନ୍ଦ୍ର ନାୟକ ମ୍ୟାଚ ଉଦଘାଟନ କରିଥିବା ବେଳେ ପାଣ୍ଡେରିପଡା ଗ୍ରାମ ପଞ୍ଚାୟତ ର ସରପଞ୍ଚ ପ୍ରତାପ ଜେନା ଓ ସଂଜୟ ଜେନା ମୁଖ୍ଯ ଅତିଥି ଭାବେ ଉପସ୍ଥିତ ରହି ଖେଳାଳୀ ମାନଙ୍କୁ ପୁରଷ୍କାର ବିତରଣ କରିଥିଲେ। 

ରିପୋର୍ଟ:- ଦିଲ୍ଲୀପ୍ କୁମାର ବିଶୋଇ, ଓଡ଼ଗାଁ
ତା:- ୧୮/୨/୨୨ ୭,୨୦ Sakhigopal News,

ads

Blog Archive

Popular Posts