ads

Breaking News

ଦୁଇ ସେବା ଟ୍ରଷ୍ଟର ସଭାପତି ଅସହାୟ ମହିଳା ଙ୍କୁ ଉଦ୍ଧାର କଲେ


The president of the two service trusts rescued the helpless woman

ବରଗଡ- ଆଜି ଅଗ୍ରଣୀ ସାମାଜିକ ଅନୁଷ୍ଠାନ ଜନ କଲ୍ୟାଣ ସେବା ଟ୍ରଷ୍ଟ ର ଅତାବିରା ମୁଖ୍ୟ ପ୍ରଦୀପ କୁମାର ମହାପାତ୍ର ଓ ଅନୁଷ୍ଟାନର ସଭାପତି ମୁକୁନ୍ଦ ଦାଶ ଥୁଆପାଲି କୁ ଏକ କାର୍ଯ୍ୟକ୍ରମରେ ଯାଉଥିଲେ । ଏକ ଅସହାୟ ବୃଦ୍ଧା ରାସ୍ତା କଡରେ ପଡି ଛଟପଟ ହେଉଥିବା ଦେଖି ସଙ୍ଗେ ସଙ୍ଗେ ତାଙ୍କୁ ପାଣି ଓ ବିସ୍କୁଟ ଖାଇବାକୁ ଦେବା ସହ ଡାକ୍ତରଖାନା କୁ ନେଇଥିଲେ । ଚିକିତ୍ସା ପରେ ଉକ୍ତ ମହିଳା ଜଣକ ସୁସ୍ଥ ହୋଇଥିଲେ। ଥାଉକି ଏହି ବୃଦ୍ଧା ଜଣକ ଜମିକୁ ପଲ୍ଲା ରୋଇବା ଯିବା ପାଇଁ ଭାତ ଟିଫିନ ନେଇ ରେମୁଣ୍ଡା ରୁ ପତ୍ରାପାଲି କୁ ଯାଉଥିବା ସମୟରେ ହଠାତ୍ ଅଚେତ୍ ହୋଇପଡିଥିଲେ।ଉକ୍ତ ବୃଦ୍ଧା ମହିଳା ଜଣକ କହିଲେ, ତୁମ ମାନଙ୍କ  ପାଇଁ ବଞ୍ଚିଗଲି । ଭଗବାନ ତୁମ ମାନଙ୍କ ମଙ୍ଗଳ କରନ୍ତୁ ଆଶିର୍ବାଦ ପ୍ରଦାନ କରିଥିଲେ। ବରଗଡ଼ ରୁ ଭବାନୀ ଶଙ୍କର ପାଢୀଙ୍କ ରିପୋର୍ଟ ରିପୋର୍ଟ, ୧୦/୨/୨୦୨୨ ----୧୨,୪୦ Sakhigopal News,10/2/2022

ads

Blog Archive

Popular Posts