ads

Breaking News

ଘରକୁ ଘର ବୁଲି ନିର୍ବାଚନ ପ୍ରଚାର ଜୋରଦାର

The door-to-door election campaign is in full swing.



ରଣପୁର: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ରଣପୁର ବ୍ଲକରେ ପ୍ରାର୍ଥି ମାନେ ଜୋରଦାର ପ୍ରଚାର ଆରମ୍ଭ କରିଛନ୍ତି । ରଣପୁର ବ୍ଲକରେ ୨୬ ଟି ପଞ୍ଚାୟତ ରହିଛି । ବିଭିନ୍ନ ପଦପଦବୀ ନିମନ୍ତେ ପ୍ରାର୍ଥୀ ମାନେ ନିଜ ନିଜ ସମର୍ଥକ ମାନଙ୍କୁ ଧରି ଭୋଟର ମାନଙ୍କୁ କିପରି ଆକୃଷ୍ଠ କରିବେ ସେଥି ନିମନ୍ତେ ଭିନ୍ନ ଢଙ୍ଗରେ ନିର୍ବାଚନୀ ପ୍ରଚାର କରୁଥିବା ଦେଖିବାକୁ ମିଳୁଛି ।ଏହି ପରିପ୍ରେକ୍ଷୀରେ ରାଜ ସୁନାଖଳା ପଞ୍ଚାୟତର ସରପଞ୍ଚ ପ୍ରାର୍ଥୀ ଦିଲ୍ଲୀପ କୁମାର ସେନାପତି ନିର୍ବାଚନ ମୈଦାନରେ ରଣାଙ୍ଗନ ହୋଇଛନ୍ତି । ଆଜି ରାଜ ସୁନାଖଳା ରମ୍ଭାବିଲ ସମେତ କୋଟଗଡ ଆଦି ସ୍ଥାନରେ ନିର୍ବାଚନୀ ପ୍ରଚାର କରିଛନ୍ତି । ପଞ୍ଚାୟତର ବିଭିନ୍ନ ବିକାଶ କରିବା ସହିତ ଲୋକଙ୍କ ସୁଖ ଦୁଃଖର ସାଥି ହୋଇ ରହିବା ନିମନ୍ତେ ଘରକୁ ଘର ବୁଲି ପ୍ରଚାର ବେଳେ ଭୋଟର ମାନଙ୍କୁ ଭୋଟ ଭିକ୍ଷା କରୁଛନ୍ତି । ସରପଞ୍ଚ ପ୍ରାର୍ଥୀ ଦିଲ୍ଲୀପ ସେନାପତିଙ୍କ ସହ ପଞ୍ଚାୟତର ମହିଳା , ଯୁବ ସଂଗଠକ ଏବଂ ତୁଙ୍ଗନେତା ମାନଙ୍କୁ ଧରି ଲୋକଙ୍କ ନିକଟକୁ ଯାଇ ଭୋଟ ଭିକ୍ଷା କରୁଥିବା ଦେଖିବାକୁ ମିଳିଛି । ବହୁ ସମର୍ଥକ ମାନେ ସାମିଲ ଥିଲେ । ରଣପୁରରୁ ରାକେଶ ଚନ୍ଦ୍ର ପାଢ଼ୀ ଙ୍କ ରିପୋର୍ଟ,୯/୨/୨୦୨୨--୬,୪୦  Sakhigopal News,9/2/2022

ads

Blog Archive

Popular Posts