ads

Breaking News

ସାମ୍ବାଦିକ ରୋହିତଙ୍କୁ ଓଡ଼ଗାଁ ସାମ୍ବାଦିକ ସଂଘ ର ଶ୍ରଦ୍ଧାଞ୍ଜଳି

Tribute to journalist Rohit of Odgaon Press Association

ଓଡ଼ଗାଁ:- ମାଓବାଦୀମାନଙ୍କ ମରଣ ଯନ୍ତା ଲ୍ୟାଣ୍ଡମାଇନ ବିସ୍ପୋରଣ ରେ ପ୍ରାଣ ହରାଇଥିବା ସାମ୍ବାଦିକ ରୋହିତ ଙ୍କୁ ଓଡ଼ଗାଁ ସାମ୍ବାଦିକ ସଂଘ ପକ୍ଷରୁ ଓଡ଼ଗାଁ ରଘୁନାଥ ଷ୍ଟଡି କେୟାର ଠାରେ ଶ୍ରଦ୍ଧାଞ୍ଜଳି ଦିଆଯାଇଛି। ସାମ୍ବାଦିକ ସଂଘ ର ସଭାପତି ଅଶୋକ ମହାପାତ୍ର ଙ୍କ ସଭାପତିତ୍ୱରେ ଉକ୍ତ ଶୋକସଭା ଅନୁଷ୍ଠିତ ହୋଇଥିଲା।ମୁଖ୍ଯ ଅତିଥି ଭାବେ ଓଡ଼ଗାଁ ଏନ୍ଏସି କାର୍ଯ୍ଯ ନିର୍ବାହୀ ଅଧିକାରୀ ସନ୍ତୋଷ ଜେନା ଉପସ୍ଥିତ ଥିଲେ । ଅନ୍ୟମାନଙ୍କ ମଧ୍ଯରେ ସଂଘର ଉପସଭାପତି ଆଦର୍ଶ ପଟ୍ଟନାୟକ, ସମ୍ପାଦକ ଗଣେଶ୍ୱର ସାହୁ, କୋଷାଧ୍ୟକ୍ଷ ସାରସ କୁମାର ମିଶ୍ର ଙ୍କ ସହ ନାଟ୍ୟ ନିର୍ଦ୍ଦେଶକ ନରେନ୍ଦ୍ର ତ୍ରିପାଠୀ, ଶୈଳେନ୍ଦ୍ର ଭଟ୍ଟ, ଅଶୋକ ପାଢ଼ୀ ପ୍ରମୁଖ ଉପସ୍ଥିତ ରହି  ସ୍ୱର୍ଗତ ସାମ୍ବାଦିକ ରୋହିତ ବିଶ୍ୱାଳ ଙ୍କ ଅମର ଆତ୍ମାର ସଦଗତି ପାଇଁ ନିରବ ପ୍ରାର୍ଥନା କରିବା ସହ ଶ୍ରଦ୍ଧାଞ୍ଜଳି ପ୍ରଦାନ କରିଥିଲେ।

ରିପୋର୍ଟ:- ଦିଲ୍ଲୀପ୍ କୁମାର ବିଶୋଇ, ଓଡ଼ଗାଁ,୧୦/୨/୨୦୨୨---୮,୩୦
Sakhigopal News,10/2/2022

ads

Blog Archive

Popular Posts