ads

Breaking News

୬୭ ତମ ବନ୍ୟପ୍ରାଣୀ ସପ୍ରାହ ଦିବସ ପାଳିତ

 
ଭଞ୍ଜନଗର---ଆଞ୍ଚଳିକ ବିଜ୍ଞାନ ମହାବିଦ୍ୟାଳୟ, କ୍ଷେତ୍ରୀୟବରପୁର ପରିସରରେ ୬୭ତମ  ବନ୍ୟପ୍ରାଣୀ ସପ୍ତାହ ଦିବସ ପାଳନ ହୋଇଯାଇଛି । ଉକ୍ତ ଉତ୍ସବ ରେ ମହାବିଦ୍ୟାଳୟ ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଓ ଛାତ୍ରଛାତ୍ରୀ ଙ୍କ ସମେତ ମୁଖ୍ୟ ଅତିଥି ରୂପେ କେନ୍ଦ୍ରୀୟ ବନାଞ୍ଚଳ ଅଧିକାରୀ ଶ୍ରୀ କୁମର ବେହେରା, କ୍ଷତ୍ରିୟବରପୁର ଆଞ୍ଚଳିକ ମହାବିଦ୍ୟାଳୟ ଅଧ୍ୟକ୍ଷ ଗୋବିନ୍ଦ ରାଓ, ଅବୈତନିକ ବନ୍ୟପ୍ରାଣୀ ତାୱା୍ବଧାରକ ଶ୍ରୀ ଶୂଳପାଣି ଶତପଥି, ଅବସର ପ୍ରାପ୍ତ ଶିକ୍ଷକ ସଭାପତି ଜଗବନ୍ଧୁ ଜେନା ଓ ବନପାଳ  ଭେଙ୍କେଟ ଦୋରା ଉପସ୍ଥିତ ଥିଲେ । ଜଙ୍ଗଲ ବନପ୍ରାଣୀର ସୁରକ୍ଷା ବତ୍ତମାନ ସମୟରେ ଅଧିକ ଜରୁରୀ  ବୋଲି ମଞ୍ଚାସୀନ ଅତିଥିମାନେ ମତ ପ୍ରକାଶ କରିଥିଲେ ।ସମସ୍ତ ଅଂଶ ଗ୍ରହଣ କାରୀ ଜଙ୍ଗଲ ସୁରକ୍ଷା ପାଇଁ ଶପଥ ନେଇଥିଲେ ।  ଓଡିଶା ବନାଞ୍ଚଳ ଉନ୍ନୟନ ପ୍ରକଳ୍ପ ର ଦୁଇ ସଂଯୋଜକ  ସହଭାଗୀ ସ୍ବେଛାସେବୀ ସଂସ୍ଥା ତରଫରୁ ବିଶ୍ୱା ଭୋଇ  ଓ ବିଶ୍ୱ ବେହେରା କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ । 
ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୮/୧୦/୨୦୨୧----୬,୪୫

ads

Blog Archive

Popular Posts