ads

Breaking News

ଇଷ୍ଟ କୋଷ୍ଟ ରେଲୱେ ସ୍ପୋର୍ଟସ୍ ଆସୋସିଏସନ୍, ଖୋର୍ଦ୍ଧା ରୋଡ଼ ଦ୍ୱାରା “ଇନଡୋର ଗେମ୍ସ -2021” ଉଦଘାଟିତ





ଜଟଣୀ --ଶାରୀରିକ ଏବଂ ମାନସିକ ଦକ୍ଷତାକୁ ଉନ୍ନତ କରିବା ପାଇଁ ବିଭିନ୍ନ ପ୍ରକାରର ଖେଳ ସମସ୍ତଙ୍କ ଜୀବନରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ ।   ଏହି ଲକ୍ଷ୍ୟ ନେଇ ପୂର୍ବ ତଟ ରେଳ ସ୍ପୋର୍ଟସ ଆସୋସିଏସନ, ଖୋର୍ଦ୍ଧା ରୋଡ଼,  ଡିଭିଜନର ରେଳ କର୍ମଚାରୀ ଏବଂ ପରିବାର ଙ୍କ ପାଇଁ “ଇନଡୋର ଗେମ୍ସ -୨୦୨୧ ଆରମ୍ଭ କରିଛନ୍ତି । ଖୋର୍ଦ୍ଧା ରୋଡ଼ ମଣ୍ଡଳ ରେଳ ପ୍ରବନ୍ଧକ ଶ୍ରୀ ରିଙ୍କେଶ ରୟ ଆଜି ରେଳ ଷ୍ଟାଡିୟମର ବ୍ୟାଡମିଣ୍ଟନ ହଲରେ ଇନଡୋର ଗେମ୍ସ -୨୦୨୧ ର ଉଦଘାଟନ କରିଛନ୍ତି। ଏହି ମହାମାରୀ ସମୟରେ କର୍ମଚାରୀ ତଥା ସେମାନଙ୍କ ପରିବାର ପାଇଁ ଏହି ପ୍ରକାରର ଶାରୀରିକ ତଥା ମାନସିକ କାର୍ଯ୍ୟକଳାପ ଚଳାଇବା ପାଇଁ ସେ ଖୋର୍ଦ୍ଧା ରୋଡ଼ ସ୍ପୋର୍ଟସ ଆସୋସିଏସନର ସମସ୍ତ ସଦସ୍ୟଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ସେ କହିଛନ୍ତି ଯେ ଏହି ପ୍ରକାର ଉଦ୍ୟମ ନିଶ୍ଚିତ ଭାବରେ ସମସ୍ତଙ୍କୁ ଶାରୀରିକ ଭାବରେ ଫିଟ୍ ରଖିବା ସହିତ ଦୈନନ୍ଦିନ ଜୀବନରେ ସୃଷ୍ଟି ହୋଇଥିବା ମାନସିକ ଚାପରୁ ଦୂରେଇ ରଖିବ। ଉଦଘାଟନୀ ସମାରୋହରେ ଶ୍ରୀ ଅଶୋକ କୁମାର, ଅତିରିକ୍ତ ମଣ୍ଡଳ ରେଳ ପ୍ରବନ୍ଧକ (ଅପରେସନ୍) ଏବଂ ଖୋର୍ଦ୍ଧା ରୋଡ଼ ମଣ୍ଡଳ ର ଅନ୍ୟ ଶାଖା ଅଧିକାରୀମାନେ ଉପସ୍ଥିତ ଥିଲେ। 
 ଚେସ୍, କାରୋମ୍, ଶଟଲ୍ ଏବଂ ଟେବୁଲ୍ ଟେନିସ୍ ଭଳି ବିଭିନ୍ନ ପ୍ରକାରର ଇନଡୋର ଖେଳ ଅନୁଷ୍ଠିତ ହେବ ।ଇନଡୋର ଗେମ୍ସ ୨୦୨୧ କ୍ରୀଡା ଅଧିକାରୀ ତଥା ବରିଷ୍ଠ ମଣ୍ଡଳ ବାଣିଜ୍ୟ ପ୍ରବନ୍ଧକ ଶ୍ରୀ ଅମିତେଶ ଆନନ୍ଦଙ୍କ ନେତୃତ୍ୱ ତଥା ନିର୍ଦ୍ଦେଶନାରେ ପରିଚାଳିତ ହେବ ।
ଏହି କାର୍ଯ୍ୟକ୍ରମକୁ ମଣ୍ଡଳର କ୍ରୀଡ଼ା ସଚିବ ଏମ ଡି.ଜାକିରୁଦ୍ଦିନ ଏବଂ ଖୋର୍ଦ୍ଧା ରୋଡ଼  କ୍ରୀଡ଼ା ସଙ୍ଗଠନର ସଦସ୍ୟ ମାନେ ସଂଯୋଜନା କରିଥିଲେ।
ଜଟଣୀ -ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୧୨/୯/୨୦୨୧---- ୬,୨୦
 Sakhigopal News,12/9/2021

ads

Blog Archive