ads

Breaking News

ବରଗଡ଼ ଜିଲ୍ଲାର ସାଂସଦ ଙ୍କ ପ୍ରତିନିଧି ଚାଷୀଙ୍କ ସହ କଲେ ଆଲୋଚନା


ବରଗଡ ଲୋକସଭା ସାଂସଦ ସୁରେଶ ପୂଜାରୀଙ୍କ ଭେଡେନ ବ୍ଲକ ପ୍ରତିନିଧି ବିପିନ ଭୁସାଗର ଭେଡେନ ବ୍ଲକ ର କୁଦୋପାଲି, ରୁଷୁଡା, ମହୁଲପାଲି ର ମାର୍କେଟ ୟାର୍ଡ଼ ପ୍ରାଙ୍ଗଣଙ୍କୁ  ଯାଇ ଚାଷୀ ମାନଙ୍କ ସହିତ ଧାନ ବିକ୍ରି ସମ୍ବନ୍ଧରେ ଆଲୋଚନା କରିଛନ୍ତି। ତାଙ୍କ ସହିତ ଥିଲେ ପପଂଗା ମଣ୍ଡଳ ସଭାପତି ଧନେଶ୍ଵର ପାଢୀ, ବିଜୟ କର୍ମି, ରବିନ୍ଦ୍ର ଖମାରି, ସୁରେନ୍ଦ୍ର କାଣ୍ଡ। ମାର୍କେଟ ୟାର୍ଡ଼ କର୍ମଚାରୀ, ପେକ୍ସ କର୍ମଚାରୀ ମାନଙ୍କ ସହିତ ଆଲୋଚନା କରି ଚାଷୀ ମାନେ କିପରି ଭାବରେ ଯେପରି ହଇରାଣ ନହେବେ, ସୁବିଧା ରେ ଧାନ ବିକ୍ରି ସରକାରୀ ନିର୍ଦ୍ଧାରିତ ଉପଯୁକ୍ତ ମୂଲ୍ୟ ପାଇ ପାରିବେ ସେଥିପାଇଁ ଧ୍ୟାନ ଦେବାକୁ ପରାମର୍ଶ ଦେଇଥିଲେ। ଯେଉଁ ମିଲର୍ସ ଆସୁନାହାନ୍ତି ତାହାର ନାମ ଦେବାକୁ କହିଥିଲେ । ସେ ବରଗଡ଼ ସି ଏସ ଓ ଙ୍କ ସହିତ ଆଲୋଚନା କରି ଆବଶ୍ୟକ ପଦକ୍ଷେପ ନେବାକୁ ସାଂସଦ ପ୍ରତିନିଧି ଉପସ୍ଥିତ ଚାଷୀ ମାନଙ୍କୁ କହିଥିଲେ।
ଭେଡେନ ରୁ ଭବାନୀଶଙ୍କର ପାଢୀ ଙ୍କ ରିପୋର୍ଟ , ୫/୬/୨୦୨୧-----୩,୫୦ Sakhigopal News,5/6/2021

ads

Blog Archive