ads

Breaking News

ଜଙ୍ଗଲରୁ ନବଜାତ ଶିଶୁକନ୍ୟା ଉଦ୍ଧାର


 ଡେଲାଙ୍ଗ ----- ଡେଲାଙ୍ଗ ବ୍ଲକ ଅର୍ନ୍ତଗତ ଘନିପୁର ପଞ୍ଚାୟତ ବେଗୁନିଆପଡା ଗ୍ରାମର ମାନସ ପାତ୍ରଙ୍କ ଘର ପଛପଟ ବଗିଚା ଜଙ୍ଗଲରୁ ଏକ ନବଜାତ ଶିଶୁ କନ୍ୟାକୁ ଗ୍ରାମବାସୀ ମାନେ ଉଦ୍ଧାର କରିଛନ୍ତି ।  ଭୋର ୫ଟା ସମୟରେ ବଗିଚା ଜଙ୍ଗଲ ମଧ୍ୟରେ ନବଜାତ ଶିଶୁଟିର  କାନ୍ଦ ଶୁଣି ସତ୍ୟ ରଞ୍ଜନ ପାତ୍ର ଗ୍ରାମବାସୀଙ୍କୁ ଖବର ଦେଇଥିଲେ ।  ଜଙ୍ଘଲ ମଧ୍ୟରେ କେହି  ମହିଳା ନବଜାତ ଶିଶୁକନ୍ୟା ଟିକୁ ଜୀବିତ ଅବସ୍ଥାରେ ଏକ ବୁଦା ଜଙ୍ଗଲ ମଧ୍ୟରେ  ରଖି ଛାଡି ଚାଲିଯାଇଛି । କିଛି ସମୟ ଅପେକ୍ଷା ପରେ ଶିଶୁକନ୍ୟାକୁ ସେଠାରୁ ଉଦ୍ଧାର କରିଥିଲେ ।  ଡେଲାଙ୍ଗ ଅଞ୍ଚଳର ସ୍ୱେଛାସେବୀ ସଂଗଠନ ସ୍ୱାଧିନ ସେବା ସଂସ୍ଥାନର ମୁଖ୍ୟ ଶଶି ଶେଖର ରାୟଙ୍କ ସହଯୋଗରେ ନବଜାତ ଶିଶୁକନ୍ୟାଟିକୁ ଖୋର୍ଦ୍ଧା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା କରାଯିବା ପରେ ଖୋର୍ଦ୍ଧା ସଦର ଥାନା ଉପସ୍ଥିତିରେ ଚାଇଲ୍ଡ ଲାଇନିକୁ ହସ୍ତାନ୍ତର କରାଯାଇଥିବା ନେଇ ସାମାଜିକ କର୍ମି ମାନସ ପାତ୍ରଙ୍କ ସହିତ ଶ୍ରୀରାୟ ସୁଚନା ଦେଇଛନ୍ତି । ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି, ୬/୬/୨୦୨୧

ads

Blog Archive