ads

Breaking News

ସର୍ଭେ ସ୍ଥଗିତ ରଖିବା ପାଇଁ ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଂଘ ଡେଲାଙ୍ଗ ପକ୍ଷରୁ ଦାବି

 ଡେଲାଙ୍ଗ ------- ବିଦ୍ୟାଳୟରୁ ପାଠ ଅଧାରୁ ଛାଡିଥିବା ଛାତ୍ରଛାତ୍ରୀଙ୍କୁ ଚିହ୍ନଟ କରିବା ପାଇଁ ପୁରୀ ଜିଲ୍ଲା ସର୍ବଶିକ୍ଷା ଅଭିଯାନର ପ୍ରକଳ୍ପ ସଂଯୋଜିକାଙ୍କ ନିର୍ଦ୍ଦେଶକୁ ସ୍ଥଗିତ ରଖିବାକୁ  ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଂଘ ଡେଲାଙ୍ଗ ମଣ୍ଡଳ ତରଫରୁ ଦାବି କରାଯାଇଛି । କରୋନା ମହାମାରୀର ଭୟାନକ ସଂକ୍ରମଣ ନ କମିବା ପର୍ଯ୍ୟନ୍ତ ସର୍ଭେ କାର୍ଯ୍ୟ ସ୍ଥଗିତ ରଖିବା ପାଇଁ ସଂଘ ପକ୍ଷରୁ ଦାବି କରାଯାଇଛି । ଯେହେତୁ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କୁ କରୋନା ଯୋଦ୍ଧା ଭାବେ ଘୋଷଣା କରାଯାଇନାହିଁ । ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କ ସ୍ୱାସ୍ଥ୍ୟ ସୁରକ୍ଷାକୁ ଦୃଷ୍ଟିରେ ରଖି  ପ୍ରଶାସନ ଓ ଶିକ୍ଷା ବିଭାଗ ନଜର ଦେବାକୁ  ଶିକ୍ଷକ ସଂଘର ସଭାପତି ମିଟୁ କିଶୋର ପ୍ରଧାନ, ସମ୍ପାଦକ ସୂର୍ଯ୍ୟ ନାରାୟଣ ସେଠୀଙ୍କ ସହିତ ସଦସ୍ୟ ସୁରେନ୍ଦ୍ର ନାଥ ସାହୁ, ଅଭୟ କୁମାର ରଥ, ରମେଶ ପ୍ରଧାନ, ଚନ୍ଦ୍ରଶେଖର ଧାଉଡିଆ ,ଅନନ୍ତ ଚରଣ ସାହୁ, ମୀନା ଦେଈ ଓ ମମତା ପ୍ରଧାନ ପ୍ରମୁଖ ଡେଲାଙ୍ଗ ମଣ୍ଡଳ ତରଫରୁ ଦାବି କରିଛନ୍ତି । 

ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି, ୫/୬/୨୦୨୧---୧୦,୦୫  Sakhigopal News, 5/6/2021

ads

Blog Archive

Popular Posts