ads

Breaking News

ସାନ କାଞ୍ଜିଆ ଗ୍ରାମ ଓ ଚନ୍ଦନପୁର ଥାନା ସାନିଟାଇଜର କରାଗଲା


 ସାକ୍ଷୀଗୋପାଳ-------ପୁରୀ ଜିଲ୍ଲା ସତ୍ୟବାଦୀ ବସଷ୍ଟାଣ୍ଡ ନିକଟରେ ଥିବା ସାନକାଞ୍ଜିଆ ଗ୍ରାମକୁ ବିଶୋଧନ କରାଯାଇଛି । ବାଙ୍ଗୋଲର ସ୍ଥିତ ଆଇକନ୍ ଟେଲ କମ୍ପାନୀର ଡାଇରେକ୍ଟର ସଂଜୟ ରାଉତଙ୍କ ସହଯୋଗରେ ଭାରତୀୟ ଆଜାଦମଞ୍ଚ ପକ୍ଷରୁ ସାନିଟାଇଜର କରାଯାଇଛି ।ରାଜ୍ୟରେ  ମହାମାରୀ କରୋନାର ଦୁତୀୟ ଲହର ତାର କାୟାବିସ୍ତାର କରିଚାଲିଛି । ଏହାକୁ ରୋକିବା ପାଇଁ କୋଭିଡ-୧୯ ନିୟମ ମାନିବା ସହ ଘର ଓ ଗ୍ରାମ ଗୁଡିକରେ ସାନିଟାଇଜର କରିବା ନିହାତି ଆବଶ୍ୟକତା ହୋଇପଡିଛି ବୋଲି ଆଇକନଟେଲ କମ୍ପାନୀର ଡାଇରେକ୍ଟର ଶ୍ରୀ ରାଉତ କହିଛନ୍ତି । ସେହିପରି ବାଲାଜି ଫାର୍ମ କମ୍ପାନୀର ଓଡିଶାର ମୁଖ୍ୟ ପରିଚାଳକ ଦୁର୍ଗା ମହାପାତ୍ରଙ୍କ ସହଯୋଗରେ ଚନ୍ଦନପୁର ଥାନା ଓ ନିମାପଡା ବ୍ଳକର ସେଉଳ ଗ୍ରାମ ସାନିଟାଇଜର କରାଯାଇଛି । ଭାରତୀୟ ଆଜାଦମଞ୍ଚର ରାଜ୍ୟ ସଚ୍ଚିବ ରାଜ କିଶୋର ବେହେରାଙ୍କ ତତ୍ୱବଧାନରେ ସନ୍ତୋଷ ବେହେରା, ବିପିନି ବେହେରା, ରଞ୍ଜନ ସାହୁ, ପ୍ରକାଶ ରଥ, କାଶୀନାଥ ବେହେରା, ସୁଧାଶୁଂ ମହାରଣା, ନର୍ମଦା ପଣ୍ଡା, ରଶ୍ମି ଭଟ୍ଟ, ସୁଚିତ୍ରା ସାହୁ ପ୍ରମୁଖ ସାନିଟାଇଜର କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ ।

ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୧୧/୬/୨୦୨୧----=୯,୧୦

Sakhigopal News, 11/6/2021

ads

Blog Archive

Popular Posts