ads

Breaking News

ଓଡିଶା ମନ୍ଦିର ସେବାୟତ ସଂଘ ଓ ରୁଚି କମ୍ପାନୀର ସହଯୋଗରେ ମନ୍ଦିର ସେବାୟତ ମାନଙ୍କୁ ରାଶନ ସମାଗ୍ରୀ ବଣ୍ଟନ


 ସାକ୍ଷୀଗୋପାଳ ------ ଓଡିଶା ମନ୍ଦିର ସେବାୟତ ସଂଘ  ଓ  ରୁଚି କମ୍ପାନୀର ସହଯୋଗରେ ବିଭିନ୍ନ ମନ୍ଦିର ସେବାୟତ ମାନଙ୍କୁ ରାଶନ ସାମଗ୍ରୀ ବଣ୍ଟନ କରାଯାଇଛି । ପିପିଲି ପତିତପାବନ ମନ୍ଦିରର ୧୦ ଜଣ, ଦାଣ୍ଡମକୁନ୍ଦପୁର ଗୋପାଳମନ୍ଦିରର ୧୫ ଜଣ, ସାତଶଙ୍ଖ ସ୍ଥିତ ମା ଉତ୍ତରାୟଣୀ  ମନ୍ଦିରର ୬ଜଣ, ସାକ୍ଷୀଗୋପାଳ ମନ୍ଦିରରେ ୧୫ ଜଣ, ସିରୁଳି ମହାବୀର ମନ୍ଦିରରେ ୨୫ ଜଣ, ବ୍ରହ୍ମଗିରି ଅଲାରନାଥ ମନ୍ଦିରର ୧୦ ଜଣ ଓ କାକଟପୁର ମାମଙ୍ଗଳା ମନ୍ଦିରର ୩୦ ଜଣ ସେବାୟତଙ୍କୁ ରାଶନ ସାମଗ୍ରୀ ବଣ୍ଟନ କରାଯାଇଛି ।ଏହି କାର୍ଯ୍ୟକ୍ରମରେ ଆଦିତ୍ୟ ବାହିନୀର ସଭାପତି ପଣ୍ଡିତ ମାତୃ ପ୍ରସାଦ ମିଶ୍ର, ଓଡିଶା ମନ୍ଦିର ସେବାୟତ ସ୍‌ଂଘର ରାଜ୍ୟ ସମ୍ପାଦକ ସିଂହାରି ଆଲୋକ ଖୁଣ୍ଟିଆ, ସଚ୍ଚେତକ ସୁବାଷ ମିଶ୍ର ଙ୍କ ସହିତ ସଦସ୍ୟ ସୁଦର୍ଶନ ମିଶ୍ର, ସୂର୍ଯ୍ୟ ନାରାୟଣ  ଦାସ ପ୍ରମୁଖ ଉପସ୍ଥିତ ରହିଥିଲେ । ଆଗାମୀ ଦିନରେ ଅନ୍ୟ ମନ୍ଦିର ସେବାୟତ ମାନଙ୍କୁ ରାଶନ ସାମଗ୍ରୀ ବଣ୍ଟନ କରାଯିବ ବୋଲି ଜଣାପଡିଛି । 


ସାକ୍ଷୀଗୋପାଳରୁ  ଧୀରେନ୍ଦ୍ର ସେନାପତି, ୧୩/୬/୨୦୨୧----୯,୩୫ 

  Sakhigopal News, 13/6/2021

ads

Blog Archive

Popular Posts