ads

Breaking News

ଗାଁ କଲ୍ୟାଣ ସମିତି ପକ୍ଷରୁ କୋଭିଡ ଜନସଚେତନତା =

=

 ଡେଲାଙ୍ଗ------- ଡେଲାଙ୍ଗ ବ୍ଳକର ବେରବୋଇ ଗ୍ରାମ ପଞ୍ଚାୟତର ଡଁପୁର ଗାଁ କଲ୍ୟାଣ ସମିତି ଓ ଗ୍ରାମ୍ୟ କୋଭିଡ ପରିଚାଳନା କମିଟିର ସହଯୋଗରେ ଦୁତୀୟ ଲହର କୋଭିଡ ସଚେତନତା ସୃଷ୍ଟି କରାଯାଇଛି । ଅଙ୍ଗନୱାଡି କର୍ମୀ ଜୟନ୍ତି ସେଠୀଙ୍କ ନେତୃତ୍ୱରେ ଏହି ସଚେତନତା ର‌୍ୟାଲି ବାହାରଥିଲା । ବିଶେଷ କରି ଲୋକମାନଙ୍କୁ  କୋଭିଡ ଟୀକା ନେବା , ବାରମ୍ବାର ହାତ ଧୋଇବା, ମାସ୍କ ବ୍ୟବହାର କରିବା, କାମ ନଥିଲେ ଘରୁ ବାହାରିବା ନାହିଁ, ଘରେ ରହନ୍ତୁ ସୁସ୍ଥ ରହନ୍ତୁ , ପରିଷ୍କାର ପରିଛନ୍ନତା ରହିବା ପାଇଁଲୋକମାନଙ୍କୁ ସଚେତନତା କରାଯାଇଥିଲା । ଅନ୍ୟ ମାନଙ୍କ ମଧ୍ୟରେ ଆଶାଦିଦି ପିତାମ୍ବରୀ ପ୍ରଧାନ, ଶୈଳବାଳା ଜେନା, ରଜନି ବାଳା ଦାସ, ସରୋଜିନି ପ୍ରଧାନ, ୱାଡସଭ୍ୟ  ତଥା ନାଏବ ସରପଞ୍ଚ ଶୀନିବାସ ପ୍ରଧାନ, ସ୍ୱାସ୍ଥ୍ୟକର୍ମୀ କୈଶଲ୍ୟା ଦେଇ ପ୍ରମୁଖ ଯୋଗଦେଇ ସଚେତନତା ବାର୍ତ୍ତା ପ୍ରଚାର କରିବାସହ କରୋନା ଗାଇଡିଲାଇନି ପ୍ରଚାର ପତ୍ର ବଣ୍ଟନ କରିଥିଲେ । 

ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି, ୧୨/୬/୨୦୨୧---=୬,୪୫   Sakhigopal News, 12/6/2021

ads

Blog Archive

Popular Posts