ads

Breaking News

ଆମ୍ବ, ପଣସ, ଧୁଆମୁଗ, ନଡିଆ,କଦଳୀ ବାସ୍ନାରେ କମ୍ପିଲା


 ସାକ୍ଷୀଗୋପାଳ -----=  ସତ୍ୟବାଦୀରେ ଘରେ ଘରେ ସାବିତ୍ରୀଙ୍କ ପୂଜା ପାଳିତ ହୋଇଯାଇଛି । ଏହି ଅବସରରେ ଏକ ଆଧ୍ୟତ୍ମିକ ପରିବେଶ ସୃଷ୍ଟି ହୋଇଥିଲା । ଘରେ ଘରେ ଆମ୍ବ, ପଣସ, ସପୁରୀ, ପାଚିଲା କଦଳୀ, ଧୁଆମୁଗ ବାସ୍ନାରେ ଘର ଗୁଡିକ ମହକିଉଠିଥିଲା । ପୁରାଣ ଶାସ୍ତ୍ର ମତ ଅନୁସାରେ ଓଡିଶାରେ ସାବିତ୍ରୀଙ୍କର ଏହି ପୂଜା ନୀତି ନିୟମ ଅନୁସାରେ ପାଳିତ ହୋଇଥାଏ । ସ୍ୱାମୀର ଆୟୁସ କାମନା କରି ମହିଳା ମାନେ ଏହି ବତ୍ର କରିଥାନ୍ତି । ସଧବା ମହିଳା ମାନେ ସକାଳୁ ସକାଳୁ ଉଠି ଘର ଦ୍ୱାର ଲିପା ପୋଛା, ଧୁଆ ଧୋଇ  କରିବା ସହ ନିତ୍ୟକର୍ମ ସାରିବା ପରେ ଘର ଦୁଆର ମୁହଁରେ ଚିତ=ା ପକାଇଥାନ୍ତି । ଠାକୁରଙ୍କ ଘରେ ବା ମନ୍ଦିର ମାନଙ୍କରେ ଧୁଆମୁଗ, ଆମ୍ବ, ପଣସ, ତାଳ, ଖଗୁରୀକୋଳି, ସେଓ, ଅଙ୍ଗୁର, ଡାଳିମ୍ବ, କମଳା, ଚାଉଳିଆ, ଲିଚୁକୋଳି,ନଡିଆ , ପାଚିଲା କଦଳୀ , ସପୁରୀ ଆଦି ଫଳମୁଳ ଭୋଗ ଅର୍ପଣ କରାଯାଇଥାଏ । ଏହି ସହିତ ନୂତନ ଲୁଗା, ସିନ୍ଦୁର, କାଚ, ଅଳତା ମା ସାବିତ୍ରୀଙ୍କୁ ଅର୍ପଣ କରାଯାଇଥାଏ । କେତେକ ଯାଗାରେ ମହିଳା ମାନେ ବିଷ୍ଣୁ ମନ୍ଦିର, ଶିବ ମନ୍ଦିର ମାନଙ୍କରେ ପୂଜା ପାଠ କରିଥାନ୍ତି । ଅନେକ ସ୍ଥାନରେ ବାହ୍ମଣ ମାନଙ୍କ ଦ୍ୱାରା ଚଉରା ମୂଳରେ ପୂଜା କରାଯାଉଥିବା ବେଳେ କେତେକ ଗ୍ରାମରେ ଶିଳପୁଆରେ ବଟା ହଳଦୀରେ ମା ସାବିତ୍ରୀଙ୍କ ପ୍ରତିମୂର୍ତ୍ତି କରାଯାଇ ବିଭିନ୍ନ ଫୁଲ, ଦୁବ, ବରକୋଳି ପତ୍ର, ଛିଟ କନାରେ ସୁସଜିତ କରାଯାଇ ମାଙ୍କ ପାଖରେ ଦୀପ, ଧୁପ ଦେଇ ପୂଜା ପାଠ କରାଯାଇଥିବାର ଦେଖାଯାଇଥିଲା । ମାତ୍ର ଏବର୍ଷ କରୋନା ଯୋଗୁ ମଠ ମନ୍ଦିର ବନ୍ଦ ରହିଥବାରୁ ଘର ମାନଙ୍କରେ ଏହି ପୁଜା କରାଯାଇଥିବାର ଦେଖାଯାଇଥିଲା ।  ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୧୦/୬/୨୦୨୧==10,15
 Sakhigopal News, 10/6/2021

ads

Blog Archive

Popular Posts