ads

Breaking News

ଗରିବ ନିରାଶ୍ରୟଙ୍କ ଭୋକିଲା ପେଟରେ ରନ୍ଧା ଖାଦ୍ୟ ଯୋଗାଇଦେଲେ ସ୍ବେଚ୍ଛାସେବୀ ଅନୁଷ୍ଠାନ



ଜଟଣୀ --କରୋନା ମହାମାରୀ ଭୁତାଣୁ ସଂକ୍ରମଣ ପରିପ୍ରେକ୍ଷୀରେ ଲକଡାଉନ ଓ ସାପ୍ତାହିକ ସଟଡାଉନ ଜାରି ରହିଛି । ଜଟଣୀ ସହରସ୍ଥିତ ରେଲୱେ ଷ୍ଟେସନ, ସୀତାରାମ ଛକ, ବାପୁଜୀ କଲୋନୀ, ହାଟବଜ଼ାର ଓ ବିଭିନ୍ନ ମନ୍ଦିର ନିକଟରେ ନିରାଶ୍ରୟ ତଥା ବିକ୍ଷୁକ ମାନଙ୍କୁ ସମାଜସେବୀ ସଙ୍ଘଠନ ପାଣ୍ଡଵ ଜେନା ଫାଉଣ୍ଡେସନର ଯୁବ ସମାଜସେବୀମାନେ ରନ୍ଧା ଖାଦ୍ୟ  ବଣ୍ଟନ କରାଯାଇଛି । ତେବେ ପାଣ୍ଡଵ ଜେନା ଫାଉଣ୍ଡେସନ ଅନୁଷ୍ଠାନ ପକ୍ଷରୁ ଏଥର ଲକଡାଉନ ଆରମ୍ଭରୁ ଏହି ନିରାଶ୍ରୟ ଲୋକଙ୍କୁ ପ୍ରତିଦିନ ୨୫0 ଜଣଙ୍କ ପାଇଁ ରନ୍ଧା ଖାଦ୍ୟ ବଣ୍ଟନ କରାଯାଉଛି । 
ଅନୁଷ୍ଠାନର ଅଧ୍ୟକ୍ଷ ତଥା ଖୋର୍ଦ୍ଧା ଜିଲ୍ଲା ବିଜୁ ଜନତାଦଳର ଉପଦେଷ୍ଟା ସନ୍ତୋଷ ଜେନାଙ୍କ ତତ୍ୱାବଧାନରେ ଅନୁଷ୍ଠାନର ଯୁବ ସମାଜସେବୀମାନେ ଖାଦ୍ୟ ବଣ୍ଟନ କରାଯାଇଛି । ଏହି ନିରାଶ୍ରୟ ଲୋକଙ୍କ ମଙ୍ଗଳକର କାର୍ଯ୍ୟକୁ ଅନୁଷ୍ଠାନର ସୁଶାନ୍ତ ସାହୁ, ପପୁ କୁମାର, ସର୍ବେଶ୍ୱର ଖିଲାର, ରବି ମହାପାତ୍ର, ଲିକୁନ ରାଣସିଂହ, ସନ୍ତୋଷ ସାହୁ, ରତିକାନ୍ତ ବେହେରା ପ୍ରମୁଖ ସଦସ୍ୟ ମାନେ ପରିଚାଳନା ରେ ସହଯୋଗ କରିଥିଲେ ।
ଜଟଣୀ --ରଙ୍ଗନାଥ ବେହେରା , ୧୭/୫/୨୦୨୧----୩,୫୦
Sakhigopal News, 17/5/2021

ads

Blog Archive

Popular Posts