କରୋନା ମହାମାରୀ ସମୟରେ ସନ୍ତୋଷ ଜେନାଙ୍କ ନିଆରା ପ୍ରୟାସ
ଜଟଣୀ --ସମଗ୍ର ବିଶ୍ୱରେ କରୋନା ମହାମାରୀ ଗ୍ରାସ କରିଥିବା ସମୟରେ ବହୁତ ଦୁଃଖୀରଙ୍କି ମଣିଷର ସଂସାର ଉଜୁଡି ଯାଇଛି । ଲକଡାଉନ ଓ ସଟଡାଉନ ମଧ୍ୟରେ ଅତି ଦୁର୍ଦିନ ଅବସ୍ଥାରେ ଲୋକ ଉପାସରେ ଏବଂ ଭଙ୍ଗା କୁଡ଼ିଆରେ ଜୀବନ ବିତାଉଛନ୍ତି। ସେହି ଭିତରୁ ପଦନପୁରର ପଫୁଲି ଦାସ ଅନ୍ୟତମ । ଅତି ଗରିବ ନିଃସହାୟ ବ୍ୟକ୍ତିର ଦୁର୍ଦିନ ଅବସ୍ଥା ଦେଖି ପାଣ୍ଡଵ ଜେନା ଫାଉଣ୍ଡେସନର ଅଧ୍ୟକ୍ଷ ତଥା ସମାଜସେବୀ ସନ୍ତୋଷ ଜେନାଙ୍କ ପ୍ରଚେଷ୍ଟା ଫଳରେ ଗରିବ ମଣିଷର ଘର ଛପର କରାଯାଇଛି । କାମଟି ଛୋଟ ହେଲେ ମଧ୍ୟ ସେହି ଲୋକ ମୁହଁରେ ହସ ଫୁଟି ପାରିଛି । ନିଜର ସାହାଯ୍ୟ ମନବୃତ୍ତି ନେଇ ଦୀର୍ଘ ଚଉଦ ବର୍ଷ ହେବ ସନ୍ତୋଷ ଜେନାଙ୍କ ଆପଣା ଚେଷ୍ଟାରେ କିଛି ଯୁବ ସମାଜସେବୀଙ୍କୁ ନେଇ ପାଣ୍ଡଵ ଜେନା ଫାଉଣ୍ଡେସନ ନାମକ ଅନୁଷ୍ଠାନ ଗଠନ କରିଥିଲେ । ସେହି ଅନୁଷ୍ଠାନ ବଳରେ ଅନେକ ଅସହାୟ ଛାତ୍ରଛାତ୍ରୀ ତାଙ୍କ ଜୀବନ ଗଢି ପାରିଛନ୍ତି । ଚଳିତ ବର୍ଷ ଏହି ମହାମାରୀ ସମୟରେ ମଧ୍ୟ ଶହେ ଅଠସ୍ତରୀ ଜଣ ଛାତ୍ରଛାତ୍ରୀ ପାଣ୍ଡଵ ଜେନା ଫାଉଣ୍ଡେସନ ସହାୟତାରେ ପାଠ ପଢୁଛନ୍ତି । ସେହିପରି ଏହି ଅନୁଷ୍ଠାନ ଆଜି ପର୍ଯ୍ୟନ୍ତ ଅନେକ ଜନହିତକର କାର୍ଯ୍ୟ କରିଆସିଛି । ଅନେକ ଜନହିତକର କାର୍ଯ୍ୟ ପାଇଁ ବୁଦ୍ଧିଜୀବୀ ମହଲରେ ପ୍ରଶଂସାର ପାତ୍ର ହୋଇପାରିଛି ଉକ୍ତ ଅନୁଷ୍ଠାନ ।
ଜଟଣୀ --ରଙ୍ଗନାଥ ବେହେରା , ୧୭/୫/୨୦୨୧----୩,୫୦
Sakhigopal News, 17/5/2021



