ସାକ୍ଷୀଗୋପାଳରେ ଟୀକା କେନ୍ଦ୍ର ବଦଳିଲା ; ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଆରମ୍ଭ ହେଲା ଟୀକାଦାନ
ସାକ୍ଷୀଗୋପାଳ ----- ସାକ୍ଷୀଗୋପାଳ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଦିଆଯାଉଥିବା କରୋନା ଟୀକା କେନ୍ଦ୍ର ଏବେ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ମଙ୍ଗଳବାର ଆରମ୍ଭ ହେବ ବୋଲି ବିଡିଓ କ୍ଷୀରୋଦ କୁମାର ବେହେରାଙ୍କ ଠାରୁ ସୁଚନା ମିଳିଛି । ୫ଶହ ଜଣଙ୍କୁ କରୋନା ଟୀକା ପ୍ରଦାନ କରାଯିବ । ୪୫ ବର୍ଷରୁ ଅଧିକ ବ୍ୟକ୍ତି ବିଶେଷ ମାନଙ୍କୁ କରୋନା ଟୀକା ପ୍ରଦାନ କରାଯିବ । ଅନଲାଇନିରେ ବୁକୁ କରିଥିବା ଓ ରାଜ୍ୟ ସରକାର ପ୍ରଥମ ଧାଡିର କରୋନା ଯୋଦ୍ଧା ଭାବେ ଗ୍ରହଣ କରିଥବା ବ୍ୟାଙ୍କ କର୍ମଚାରୀ, ଇନିସ୍ୁ୍ୟରାନ୍ସସ , ଜଙ୍ଗଲ ବିଭାଗ ଆଦି କର୍ମଚାରୀ ମାନଙ୍କ ପାଇଁ ୧୫୦ଟି ଟୀକା ରଖାଯିବ ବୋଲି ବିଡିଓ ଶ୍ରୀ ବେହେରାଙ୍କ ଠାରୁ ସୁଚନା ମିଳିଛି ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୧୭/୫/୨୦୨୧----୮,୩୦
Sakhigopal News, 17/5/2021


