ads

Breaking News

ଘରେ ଘରେ ପହଞ୍ଚିଲା ରାଜସ୍ୱ ସେବା




ଭେଡେନ ରୁ ଭବାନୀ ଶଙ୍କର ପାଢ଼ୀ ଙ୍କ ରିପୋର୍ଟ ସାକ୍ଷୀ ଗୋପାଳ ନିଉଜ୍:-  ବିପର୍ଯ୍ୟୟ ପରିଚାଳନା ବିଭାଗ ର ପ୍ରମୁଖ ଶାସନ ସଚିବ ବିଷ୍ନୁପଦ ସେଠୀ କରୋନା ମହାମାରୀ ଦ୍ଵିତୀୟ ଲହର ଲାଗି ଲକଡାଉନ ଓ ସଟଡାଉନ ଲାଗି ରହିଥିବାରୁ ଜନ ସାଧାରଣ ଙ୍କ ସୁବିଧା ପାଇଁ  ରାଜସ୍ବ ଓ ବିପର୍ଯ୍ୟୟ ବିଭାଗ ତରଫରୁ "ରାଜସ୍ବ ରଥ" ବାହାର କରିବା ପାଇଁ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ   । ଲୋକମାନେ ତହସିଲ ଅଫିସ ଓ ରାଜସ୍ବ କାର୍ଯ୍ୟାଳୟ ନଯାଇ ଏହି ରାଜସ୍ବ ରଥ ସାହାଯ୍ୟ ରେ ସାଟିର୍ଫିକେଟ,ପଟ୍ଟା,ମ୍ୟୁଟେସନ ଆପତ୍ତି ଅଭିଯୋଗ ଇତ୍ୟାଦି  କରି  ପାରିବେ । ଆଜି ଭେଡେନ ତହସିଲଦାର ଅନୀଲ କୁମାର ହୋତା ଚିଚିଣ୍ଡା ରାଜସ୍ବ କାର୍ଯ୍ୟାଳୟ ଠାରେ ରାଜସ୍ବ ରଥର ଶୁଭାରମ୍ଭ କରିଛନ୍ତି  ।     ଚିଚିଣ୍ଡା ରାଜସ୍ବ ନିରୀକ୍ଷକ ମନୋ ରଞ୍ଜନ ଲୁହା, ଅମିନ ପ୍ରସନ୍ନ ପ୍ରଧାନ ଓ ଅଚ୍ୟୁତାନନ୍ଦ ମହାପାତ୍ର ଉପସ୍ଥିତ ଥିଲେ।ଚିଚିଣ୍ଡା ରାଜସ୍ବ କାର୍ଯ୍ୟାଳୟ ଠାରେ ୩ ଜଣ ଉକିଲ ବଘାର, ଦ୍ରୌପଦୀ ବୁଡେକ ଓ ରାମ ଚନ୍ଦ୍ର ସାହୁ ଙ୍କୁ ତହସିଲଦାର ଅନୀଲ କୁମାର ହୋତା ଜମି ପଟ୍ଟା ବଣ୍ଟନ କରିଥିଲେ। ଏହି କାର୍ଯ୍ୟକ୍ରମ କରୋନା ମହାମାରୀ ର ଲକଡାଉନ ଓ ସଟଡାଉନ ଥିବା ପର୍ଯ୍ୟନ୍ତ ଜାରି ରହିବ ବୋଲି ତହସିଲଦାର କହିଛନ୍ତି।

ଭେଡେନ ରୁ ଭବାନୀ ଶଙ୍କର ପାଢ଼ୀ ଙ୍କ ରିପୋର୍ଟ ସାକ୍ଷୀ ଗୋପାଳ ନିଉଜ୍,୧୮/୫/୨୦୨୧----୧୦,୨୦ 
Sakhigopal News,18/5/2021

ads

Blog Archive

Popular Posts