ads

Breaking News

ସତ୍ୟବାଦୀରେ ଧାନ ଓ ମୁଗ, ବିରି ଓ ଚିନାବାଦାମ ପାଇଁ ମଣ୍ଡି ଖୋଲିଲା


 ସାକ୍ଷୀଗୋପାଳ ------ ସତ୍ୟବାଦୀ ବ୍ଳକରେ ଖରିଫ ପରେ ଏବେ ରବିରେ ଧାନ, ମୁଗ, ବିରି, ଚିନାବାଦାମ ଓ ସୂର୍ଯ୍ୟମୁଖୀ ମଞ୍ଜି ବିକ୍ରୟ ପାଇଁ ମଣ୍ଡି ଖୋଲିଥିବା ନେଇ ସାକ୍ଷୀଗୋପାଳ ନିୟନ୍ତ୍ରିତ ବଜାର କମିଟିର ସମ୍ପାଦକ କମଳ କୁମାର ଆଚାର୍ଯ୍ୟଙ୍କ ଠାରୁ ସୁଚନା ମିଳିଛି ।  ଏହି ବିକ୍ରୟ କେନ୍ଦ୍ର ଗୁଡିକ ଅଗଷ୍ଟ ମାସ  ୧୦ ତାରିଖ ପର୍ଯ୍ୟନ୍ତ ଖୋଲା ରହିବ । ଏଣୁ ଚାଷୀ ମାନେ ଏହାର ସଠିକ ଫାଇଦା ଉଠାଇବା ପାଇଁ  ସମ୍ପାଦକ ଶ୍ରୀ ଆଚାର୍ଯ୍ୟ ନିବେଦନ କରିଛନ୍ତି । ସତ୍ୟବାଦୀ ବ୍ଳକର  ମଧୁବନ, ଶୁକଳ ମାକଣ୍ଡପଡା, ଦାସବିଦ୍ୟାଧରପୁର ଓ ବଳରାମପୁରଗଡ ସମବାୟ ସମିତିରେ ଧାନ ମଣ୍ଡି ଖୋଲିଥିବା ବେଳେ ସତ୍ୟବାଦୀ ସେବା ସମବାୟ ସମିତିରେ ନିୟନ୍ତ୍ରିତ ବଜାର କମିଟ ଦ୍ୱାରା ମୁଗ,  ବିରି, ଚିନାବାଦାମ ଓ ସୂର୍ଯ୍ୟମୁଖୀ ମଞ୍ଜି ଚାଷୀ ମାନଙ୍କ ଠାରୁ ସରକାରୀ ସହାୟକ ମୂଲ୍ୟରେ କିଣା ଆରମ୍ଭ ହୋଇଛି । ମୁଗ କୁଇଣ୍ଟାଲ ପ୍ରତି ୭୧୯୬ ଟଙ୍କା ରହିଥିବା ବେଳେ ବିରିକୁଇଣ୍ଟାଲ ପ୍ରତି ୬ହଜାର ଟଙ୍କା, ଚିନାବାଦାମ କୁଇଣ୍ଟାଲ ପ୍ରତି ୫୨୭୫ ଟଙ୍କା ରହିଥିବା ବେଳେ ସୂର୍ଯ୍ୟମୁଖୀ ମଞ୍ଜି ୫୨୮୫ଟଙ୍କା ରହିଛି । ଏହି ଦରଏଫଏକ୍ୟୁ ମାନର ହୋଇଥିବା ଦରକାର  । ଚାଷୀ ମାନେ ସେମାନଙ୍କର ଦ୍ରବ୍ୟ ବିକ୍ରୟ କରିବା ପାଇଁ  ଆସିବା ସମୟରେ ନିଜର ପ୍ରମାଣପତ୍ର ଆଣିବା ସହ ବ୍ୟାଙ୍କ ଫାସବୁକ ବା ଜେରକ୍ସ ଆଣିଥିବେ । ଚାଷୀ ମାନଙ୍କୁ ଅନଲାଇନ ମାଧ୍ୟମରେ ପେମେଣ୍ଟ କରାଯିବ ବୋଲି ସାକ୍ଷୀଗୋପାଳ ନିୟନ୍ତ୍ରିତ ବଜାର କମିଟିର ହିସାବନୀରିକ୍ଷକ ଜଗତ ଜ୍ୟୋତି ସାହୁଙ୍କ ଠାରୁ ସୁଚନା ମିଳିଛି । 

ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୧୭/୫/୨୦୨୧----୮,୨୦

Sakhigopal News, 17/5/2021

ads

Blog Archive

Popular Posts