ads

Breaking News

ସତ୍ୟବାଦୀ ବ୍ଳକ ଛକ ନିକଟରୁ ଜବର ଦଖଲ ହଟିଲା

 


 ସାକ୍ଷୀଗୋପାଳ ----   ସତ୍ୟବାଦୀ ବ୍ଳକ ଛକ ନିକଟରେ ଜଳଖିଆ, ଜେରକ୍ସ, ପାନ ଦୋକାନ କେତଟି ରହିଥିଲା । ମାତ୍ର ଅଠେଇଶ ଗ୍ରାମକୁ ଯିବା ପାଇଁ ଏକ ନୂତନ ରାସ୍ତା ନିର୍ମାଣ କରାଯାଉଥିଲା । ସେଠାରୁ ସେମାନଙ୍କୁ ଉଠିଯିବା ପାଇଁ  ତହସିଲଦାରଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଥିଲା । ଆଜି ବ୍ଳକ ପ୍ରଶାସନ ପକ୍ଷରୁ ଜେସିବି ସାହାର୍ଯ୍ୟରେ ଜବର ଦଖଳ ଉଛେଦ କରାଯାଇଛି ।  ସତ୍ୟବାଦୀ ବ୍ଳକ ପାଖରେ  ଅଠେଇଶ ଗ୍ରାମକୁ ରାସ୍ତା ନିର୍ମାଣ କରାଯାଉଛି  ମାତ୍ର ବେଆଇନ ଦଖଲ ଯୋଗୁ ରାସ୍ତା କାମ ଆଗେଇ ପାରୁନଥିଲା । ଯାହା ଫଳରେକି ରାସ୍ତା କାମ ଅଧା ହୋଇ ପଡିରହିଥିଲା । ସୋମବାର ସତ୍ୟବାଦୀ ତହସିଲଦାର ମନୋଜ ନାୟକ, ବ୍ଳକ ବିଡିଓ କ୍ଷୀରୋଦ କୁମାର ବେହେରା, ଏବିଡିଓ ସାରଦା ପ୍ରସନ୍ନ ପଟ୍ଟନାୟକଙ୍କ ସହିତ ଆଇଆଇସି ଦେବୀ ପ୍ରସାଦ ପାତ୍ରଙ୍କ ନିର୍ଦ୍ଦେଶକ୍ରମେ ଏକ ପୁଲିସ ଟିମ ଉପସ୍ଥିତିରେ ଜବର ଦଖଲ ଉଚ୍ଛେଦ କରାଯାଇଛି । 

 ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୧୭/୫/୨୦୨୧----୮,୨୦
Sakhigopal News, 17/5/2021

ads

Blog Archive

Popular Posts