ads

Breaking News

ବିଦ୍ୟୁତ ସର୍ଟସର୍କିଟରୁ ଯୁବକଙ୍କର ମୃତ୍ୟୁ


 ଡେଲାଙ୍ଗ -----ଡେଲାଙ୍ଗ ଥାନା ହରିରାଜପୁର ଫାଣ୍ଡି ଅର୍ନ୍ତଗତ ଟାଙ୍ଗିଭଂସର ଗ୍ରାମର ହଟ କିଶୋର ବାରିକ(୪୫) ଦିନ ମଜୁରିଆଭାବେ କାର୍ଯ୍ୟ କରି ପରିବାର ଭରଣ ପୋଷଣ କରନ୍ତି । ଆଜି ସକାଳୁ  ଜଟଣୀ ଥାନା ଅର୍ନ୍ତଗତ କୁଦୁଆରୀ ଗ୍ରାମ ଗନ୍ଧ ଗାଡିଆ ସାହିରେ ଶରତ ଦାସଙ୍କ ଘରକୁ ପାଇଖାନା କାମ କରୁଥିଲେ ।  ବିଦ୍ୟୁତ ତାର ସଂସ୍ପର୍ଶରେ ହଟକିଶୋର ଆସିଥିଲେ । ଗୁରୁତର ଭାବେ ହଟ ଆହତ ହୋଇଥିଲେ । ଘର ମାଲିକଙ୍କ ସହାୟତରେ ତାଙ୍କୁ ଚିକିତ୍ସା ପାଇଁ ସ୍ଥାନିୟ ଡାକ୍ତରଖାନାକୁ ନିଆଯାଇଥିଲା । ମାତ୍ର ଡାକ୍ତର ସେଠାରେ ତାଙ୍କୁ ମୃତ୍ୟ ଘୋଷଣା କରିଥିଲେ । ତାଙ୍କ ଅକାଳ ବିୟୋଗରେ ଟାଙ୍ଗିଭଂସର ଗ୍ରାମରେ ଶୋକର ଛାୟା ଖେଳି ଯାଇଥିବା ବେଳେ ମୃତକଙ୍କ ପରିବାରକୁ ସରକାରୀ ସହାୟତା ପ୍ରଦାନ ପାଇଁ ଗ୍ରାମବାସୀ ମାନେ ଦାବୀ କରିଛନ୍ତି । 
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି, ୧୮/୫/୨୦୨୧-----୯,୦୦
 Delang News and Sakhigopal news, 18/5/2021

ads

Blog Archive

Popular Posts