ପାକୃତିକ ବିପର୍ଯ୍ୟସ୍ଥ ପରିଚାଳନା ପାଇଁ ପ୍ରସ୍ତୁତି ବୈଠକ
ସାକ୍ଷୀଗୋପାଳ ---- ସତ୍ୟବାଦୀ ପଞ୍ଚାୟତ ସମିତି ସଭାଗୃହ ପରିସରରେ ପାକୃତିକ ବିପର୍ଯ୍ୟସ୍ଥ ପରିଚାଳନା ପାଇଁ ଏକ ପ୍ରସ୍ତୁତି ବୈଠକବ୍ଳକ ଅଧ୍ୟକ୍ଷା ସସ୍ମିତିା ପ୍ରଧାନ ଅଧ୍ୟକ୍ଷତାରେ କୋଭିଡ ଗାଇଡି ଲାଇନ ଅନୁଯାୟୀ ଅନୁଷ୍ଠିତ ହୋଇଯାଇଛି । ବିଡିଓ କ୍ଷୀରୋଦ କୁମାର ବେହେରା ବୈଠକଟିକୁ ପରିଚାଳନା କରିଥିଲେ । ସତ୍ୟବାଦୀ ତହସିଲଦାର ମନୋଜ ନାୟକ, ସତ୍ୟବାଦୀ ଥାନା ଆଇଆଇସି ଦେବୀ ପ୍ରସାଦ ପାତ୍ର, ଉପାଧ୍ୟକ୍ଷ ବିକ୍ରମ କୁମାର ଜେନା, ଏବିଡିଓ ସାରଦା ପ୍ରସନ୍ନ ପଟ୍ଟନାୟକ, କୃଷି, ପଶୁ, ଅଗ୍ନିଶମ, ଜଳସେଚନା, ଆରଡି, ପୂର୍ତ୍ତବିଭାଗ, ଜଙ୍ଗଲ ବିଭାଗ ସହିତ ବ୍ଳକର ବିଭିନ୍ନ ବିଭାଗର ଅଧିକାରୀ ମାନେ ଉପସ୍ଥିତ ରହି ଆଲୋଚନାରେ ଭାଗ ନେଇଥିଲେ ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୧୮/୫/୨୦୨୧----୮,୨୫,
Sakhigopal News, 18/5/2021




