ads

Breaking News

ଆଯାଦମଞ୍ଚ ପକ୍ଷରୁ ବିଦୁରପୁର ଗ୍ରାମ ବିଶୋଧନ କରଗଲା


 ଡେଲାଙ୍ଗ ---- ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଳକର ଶ୍ରୀପୁରୁଷୋତ୍ତେମପୁର ଗ୍ରାମ ପଞ୍ଚାୟତର ବିଦୁରପୁର ଗ୍ରାମକୁ  ଭାରତୀୟ ଆଯାଦମଞ୍ଚ ପକ୍ଷରୁ ବିଶୋଧନ କରାଯାଇଛି । ମହାମାରୀ କରୋନା ଦୁତୀୟ ଲହର ଏବେ ଗ୍ରାମଭିମୁଖୀ ହୋଇଛି । ସହର ଅପେକ୍ଷା ଏବେ ଗ୍ରାମଞ୍ଚଳରୁ କରୋନା ସଂକ୍ରମଣଙ୍କ ସଂଖ୍ୟା ବଡିବାରେ ଲାଗିଛି । ଘରେ ଘଷର ଥଣ୍‌ଡା, ଛିଙ୍କ, ଜର, କାଶ ଦେଖାଯାଇଛି । ରାଜ୍ୟ ସରକାର ଲକଡାଉନ ଓ ସଟଡାଉନ ଜାରି କରିଥିବାରୁ ଗ୍ରାମରେ ଲୋକମାେ ନଏକାଠି ହୋଉଛନ୍ତି । ଗ୍ରାମ ଗୁଡିକରେ କେହି କୋଭିଡ ଗାଇଡି ଲାଇନି ମାନୁନାହାନ୍ତି । ଏହି ଅବସରରେଭାରତୀୟ  ଆଯାଦମଞ୍ଚ ପକ୍ଷରୁ  ମାସ୍କ ବଣ୍ଟନ ସହିତ କରୋନା ସଚେତନତା କରାଯାଇଥିଲା । ମଞ୍ଚର ରାଜ୍ୟ ସଚ୍ଚିବରାଜ କିଶୋର ବେହେରା, ପିପିଲି ବ୍ଳକ ଅଧ୍ୟକ୍ଷ ସନ୍ତୋଷ ବେହେରା, ସତ୍ୟବାଦ ବ୍ଳ୍‌କ ଅଧ୍ୟକ୍ଷ ଗଣେଶ ମଲ୍ଲିକ, ଉପାଧ୍ୟକ୍ଷ ଦେବ ବେହେରା, ଡେଲାଙ୍ଗ ବ୍ଳକ ଅଧ୍ୟକ୍ଷ  ସୁବାଷ ବେହେରା ଓ ସୁମନ ଗୋଛାୟତଙ୍କ ସହିତ ଅନ୍ୟ ମାନଙ୍କ ସହଯୋଗରେ ବିଶୋଧନ କାର୍ଯ୍ୟକ୍ରମ କରାଯାଇଥିଲା ।
 ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି, ୧୮/୫/୨୦୨୧----୮,୨୫,  
Delang , Sakhigopal  News, 18/5/2021

ads

Blog Archive

Popular Posts