୫ଶହ ଟୀକା ପାଇଁ ଟୋକୋନ ନେଲେ ଆସିଲେ ୩୬୮ ଜଣ
ସାକ୍ଷୀଗୋପାଳ ----- ରାଜ୍ୟରେ କରୋନା ସଂକ୍ରମଣଙ୍କ ସଂଖ୍ୟା ବଡିବାରେ ଲାଗିଛି । ଯଦିବା ପୁରୀ ଜିଲ୍ଲାରେ କିଛି ପରିମାଣର କମିଛି ତଥାପି ଲୋକମାନେ ଭୟଭୀତରେ ରହିଛନ୍ତି । ରାଜ୍ୟ ସରକାରଙ୍କ ପକ୍ଷରୁ ସତ୍ୟବାଦୀ ବ୍ଳକକୁ ୫ଶହ ଟୀକା ୪୫ ବର୍ଷରୁ ଅଧିକ ବ୍ୟକ୍ତିଙ୍କୁ ପ୍ରଥମ ପର୍ଯ୍ୟାୟ ଟୀକା ଦେବା ପାଇଁ ଆସିଥିଲା । ଗହଳି ନ କରିବା ପାଇଁ ବ୍ଳକ ପ୍ରଶାସନ ପକ୍ଷରୁ ଟୋକୋନ ବ୍ୟବସ୍ଥା କରାଯାଇଥିଲା । ଲୋକମାନେ ସେମାନଙ୍କ ନାମ ଓ ଆଧାର କାର୍ଡ ଦେଖାଇ ଟୀକା ନେବା ପାଇଁ ଟୋକୋନ ସଂଗ୍ରହ କରିଥିଲେ । ମାତ୍ର ୩୬୮ ଜଣ ଟୀକା ନେଇଥିବା ବିଡିଓ କ୍ଷୀରୋଦ କୁମାର ବେହେରାଙ୍କ ଠାରୁ ସୁଚନା ମିଳିଛି । ଅନ୍ୟ ପକ୍ଷେ ଟୀକା ନ ପାଇ ଶତାଧିକ ଲୋକମାନେ ଫେରି ଯାଇଥିବା ଜଣାପଡିଛି । ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୧୮/୫/୨୦୨୧----୮,୨୦,
Sakhigopal News , 18/5/2021


