ads

Breaking News

କାଳ ବୈଶାଖୀ ବର୍ଷା ଚାଷୀଙ୍କର କାଳ:କ୍ଷତି ପୂରଣ ଦାବୀ ଆଣିଲା ଚାଷୀ ସଂଗଠନ


ଭେଡେନ ରୁ ଭବାନୀ ଶଙ୍କର ପାଢ଼ୀ ରିପୋର୍ଟ ସାକ୍ଷୀ ଗୋପାଳ ନିଉଜ୍:- ବରଗଡ ଜିଲ୍ଲା ଭେଡେନ ବ୍ଲକରେ କାଳ ବୈଶାଖୀ ବର୍ଷା ଯୋଗୁଁ ସଂକ୍ରିଡା ପଞ୍ଚାୟତ ର ବିଭିନ୍ନ ଗ୍ରାମର ଚାଷୀ ମାନଙ୍କ ର ପାଚିଲା ଧାନ ଫସଲ ନଷ୍ଟ ହୋଇଯାଇଛି । ଚାଷୀ ପାଇଁ ଏବେ କାଳ ସାଜିଛି କାଳବୈଶାଖୀ।ବିଶେଷ ଭାବରେ ସଂକ୍ରିଡା ର ଲିପୁନ ସୁଆର,ସାରସପାଲି ର ଗୁଣ୍ଡମସୁବା ରାଓ,ଗୁଣ୍ଡମ ଗୁନାରୁ ରାଓ,ଟାଙ୍ଗରପାଲି ର ଚିରମୁତଲୁ ସହିତ ଆହୁରି ଅନେକ ଚାଷୀ ଙ୍କ ପାଚିଲା ଧାନ ବର୍ଷା ରେ ବୁଡି ରହିବାରୁ  ଧାନ ସବୁ ଗଜା ହୋଇ ଯାଇଛି । ପାଣିରୁ ଧାନ ଛାଣି ଆଣିବା ପରେ ଏବେ ଧାନର ରଙ୍ଗ ପରିବର୍ତ୍ତନ ହୋଇ ଯାଉଛି।ତେବେ କିପରି ଭାବେ ଚାଷୀ ନିଜ କଷ୍ଟ ଉପାର୍ଜିତ ଧାନକୁ ସାଉଁଟିବ ନା ଅଧିକାରୀ ମାନଙ୍କ ପାଖକୁ ଯାଇ ଅଭିଯୋଗ କରିବ ସେ ନେଇ ଏବେ ଚିନ୍ତାରେ ପଡ଼ିଛି ଚାଷୀ । ତେଣୁ ଉକ୍ତ ଅଞ୍ଚଳ ର ଚାଷୀ ମାନଙ୍କ ର କ୍ଷୟକ୍ଷତି ଆକଳନ କରି ଫସଲ ବୀମା ସହ ଉପଯୁକ୍ତ କ୍ଷତିପୂରଣ ଯୋଗାଇ ଦେବା ପାଇଁ କୃଷି ବିଭାଗ,ରାଜସ୍ୱ ବିଭାଗ,ବୀମା କମ୍ପାନୀ କୁ ବିଭିନ୍ନ ଚାଷୀ  ସଂଗଠନ ମାନେ ଦାବୀ କରିଛନ୍ତି।  ତୁରନ୍ତ ସରକାରୀ ସ୍ତର ରେ ଉପଯୁକ୍ତ ପଦକ୍ଷେପ ଗ୍ରହଣ କରା ନ ଗଲେ ଚାଷୀକୂଳ ଭାସି ଯିବ ବୋଲି କହିବା ସହ ଉପଯୁକ୍ତ ସହାୟତା ଯୋଗାଇ ଦେବା ପାଇଁ ଚାଷୀମାନେ ଦାବୀ କରିଛନ୍ତି। ଚାଷୀ ମାନେ କିପରି ଆଣି ଥିବା ରୁଣ ପରିଶୋଧ କରି ପାରିବେ ଚିନ୍ତାରେ ପଡ଼ିଯାଇଛନ୍ତି।ସରକାର ଙ୍କ ପକ୍ଷରୁ ଆବଶ୍ୟକ ପଦକ୍ଷେପ ନେବା ପାଇଁ ଦାବି ହେଉଛି । କାଳିଆ ଯୋଜନାରେ ନାମକୁ କିଛି ଟଙ୍କା ପଠେଇ ବସିଗଲେ ହେବ ନାହିଁ । କାଳବୈଶାଖୀ ବର୍ଷା ରେ ନଷ୍ଟ ହୋଇଥିବା ଚାଷୀ ମାନଙ୍କୁ ସହାୟତା ଯୋଗାଇ ଦେବାକୁ ଦାବି ହେଉଛି ।


ଭେଡେନ ରୁ ଭବାନୀ ଶଙ୍କର ପାଢ଼ୀ ଙ୍କ ରିପୋର୍ଟ ସାକ୍ଷୀ ଗୋପାଳ ନିଉଜ୍.....୧୬/୫/୨୦୨୧------୫,୦୦

ads

Blog Archive