ଭାରତୀ ଫାଉଣ୍ଡେସନ ପକ୍ଷରୁ ଦୃଷ୍ଟି ହୀନଙ୍କୁ ସହାୟତା
ବଡ଼ଚଣା---ସମ୍ପ୍ରତି ସାରା ରାଜ୍ୟରେ କରୋନା ମହାମାରୀ କାୟା ଵିସ୍ତାର କରିଛି। ସରକାର ଙ୍କ ପକ୍ଷରୃ କରୋନାକୁ ପ୍ରତିହତ କରିବା ପାଇଁ ଲକ ଡାଉନ୍ ଓ ସଟ୍ ଡାଉନ ଜାରି କରାଯାଇଛି। ଲୋକମାନଙ୍କୁ କାମ ଧନ୍ଦା ମିଳୁ ନାହିଁ।କଟକ ଗୋପାଳପୁର ର କାଜିପାଟଣା ଠାରେ କେତେକ ଦୃଷ୍ଟି ହୀନ ବ୍ୟକ୍ତି ଗୋଟିଏ ଘରେ ଖାଦ୍ୟାଭାବ ହେତୁ ବହୁ କଷ୍ଟରେ କାଳାତିପାତ କରିଛନ୍ତି ବୋଲି ଖବର ପାଇ ପବିତ୍ର ଅକ୍ଷୟ ତୃତୀୟା ରେ ଭାରତି ଫାଉଣ୍ଡେସନ ର କର୍ମ କର୍ତ୍ତା ନିରାଶ୍ରୟ ଲୋକଙ୍କ ପାଖରେ ପହଞ୍ଚି ସେମାନଙ୍କ ପାଇଁ ଏକ ମାସର ଶୁଖିଲା ଖାଦ୍ୟ ଡାଲି.ଚାଉଳ ଆଦି ରାସନ ସାମଗ୍ରୀ ପ୍ରଦାନ କରିଛନ୍ତି। ଆବଶ୍ୟକ ପଡିଲେ ଲକଡାଊନ ଅବଧି ପର୍ଯ୍ୟନ୍ତ ଖାଦ୍ୟ ଯୋଗାଇ ଦିଆଯିଵ ବୋଲି ଫାଉଣ୍ଡେସନ ପକ୍ଷରୁ ସଭାପତି ବିଭୁତି ଭୁଷଣ ସାମଲ ସୂଚନା ଦେଇଛନ୍ତି।ଉକ୍ତ କାର୍ଯ୍ୟ କ୍ରମରେ ମୁଖ୍ୟ କର୍ତ୍ତା ବାବା ଗୟାଧର ଦାସ.କେଦାରନାଥ ବେହେରା.
ହୃଷିକେଶ ସାହୁ.ଆଶିଷ ରାଉଳ.ରାମଚନ୍ଦ୍ର ସ୍ବାଇଁ.ରାଜ କୁମାର ରାଉଳ.ଚିଣ୍ଟୁ ନାଥ.ହୃଷିକେଶ ପାଲ.ତାପସ ମହାନ୍ତି. ଚିନ୍ମୟ ପ୍ରତିହାରୀ ଓ ମାମାଲି ନାଥ ପ୍ରମୁଖ ସହଯୋଗ କରିଥିଲେ। ୧୬/୫/୨୦୨୧---୪,୪୦



