ଖବର ପ୍ରକାଶିତ ହେବା ପରେ ମନୋଜଙ୍କୁ ମିଳିଲା ସାହାର୍ଯ୍ୟ
ଡେଲାଙ୍ଗ ----- ଡେଲାଙ୍ଗ ବ୍ଳକର ସାଉରିଆ ଗ୍ରାମ ପଞ୍ଚାୟତର ଘୋରଡିଆ ଗ୍ରାମର ଦୀନବନ୍ଧୁ ବଡଜେନାଙ୍କ ପୁଅ ମନୋଜ ବଡଜେନା ଯକୃତ ରୋଗରେ ପୀଡିତ ହୋଇ ଅର୍ଥ ଅଭାବରୁ ଚକିତ୍ସା ନ ହୋଇ ପାରି ଘରେ ଶର୍ଯ୍ୟାରେ ପଡି ରହିଛନ୍ତି । ଏହି ଖବର ବିଭିନ୍ନ ଗଣ ମାଧ୍ୟମରେ ପ୍ରକାଶିତ ହେବା ପରେ ଡେଲାଙ୍ଗ ବ୍ଳକ ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି । ଡେଲାଙ୍ଗ ତହସିଲଦାର ମହେନ୍ଦ୍ର କୁମାର ବଡେଇ ରାଜ୍ୟ ସରକାରଙ୍କ ରେଡକ୍ରସ ଫଣ୍ଡରୁ ୧୦ ହଜାର ଟଙ୍କା ପ୍ରଦାନ କରିଛନ୍ତି । ଏହା ସହିତ ନିଜ ଦରମା ଅର୍ଥରୁ ୫ହଜାର ଓ ଡେଲାଙ୍ଗ ଥାନା ଆଇଆଇସି ରଶ୍ମିରଞ୍ଜନ ପଟ୍ଟନାୟକ ୨ହଜାର ଟଙ୍କା ପ୍ରଦାନ କରିଛନ୍ତି । ମନୋଜଙ୍କ ବାପା ଦୀନବନ୍ଧୁଙ୍କୁ ତହସିଲଦାରଙ୍କ କାର୍ଯ୍ୟାଳୟ ପରିସରରେ ପ୍ରଦାନ କରାଯାଇଥିଲା । ତହସିଲଦାରଙ୍କ ସହଯୋଗରେ ଓଡିଶା ମୋ ପରିବାର ପକ୍ଷରୁ ମନୋଜଙ୍କର ସ୍ଥାୟୀ ଚିକିତ୍ସା ବ୍ୟବସ୍ଥା କରାଯିବ ବୋଲି ତହସିଲଦାର ମନୋଜଙ୍କ ବାପା ଦୀନବନ୍ଧୁଙ୍କୁ କହିଛନ୍ତି । କୋଭିଡ କଟକଣା ଅନୁଯାୟୀ ମନୋଜଙ୍କର ଚିକିତ୍ସା କରାଯିବ ବୋଲି ଜଣାପଡିଛି । ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି, ୧୭/୫/୨୦୨୧----୮,୧୫
Sakhigopal News, 17/5/2021



