ads

Breaking News

ତୁମୁଡିବନ୍ଧ ପୋଲିସକୁ ମିଳିଛି ବଡ଼ ସଫଳତା; ନଅ ଜଣିଆ ଡକାୟତି ଗ୍ୟାଙ୍ଗ ଗିରଫ


କନ୍ଧମାଳ----- ତୁମୁଡିବନ୍ଧ ପୋଲିସ କୁ ବଡ଼ ଧରଣ ର ସଫଳତା ମିଳିଛି। ନଅ ଜଣିଆ ଡକାୟତି ଗ୍ୟାଙ୍ଗ କୁ ଗିରଫ କରିଛି ତୁମୁଡିବନ୍ଧ ପୋଲିସ । ଏହି ଡକାୟତି ଗ୍ୟାଙ୍ଗ ଠାରୁ ଧାରୁଆ ଛୁରୀ, ଖେଳଣା ପିସ୍ତୋଲ, ସିସି ଟିଭିର ହାର୍ଡ ଡିସ୍କ, ଇନଭର୍ଟର ମେସିନ ଓ ପାଞ୍ଚ ଟି ମୋବାଇଲ ଜବତ ହୋଇଛି । ଗତ ଏଗାର ତାରିଖ ଦିନ ତୁମୁଡିବନ୍ଧ ଥାନା ଆମ୍ବେଦକର ଛକ ନିକଟରେ ଥିବା ଏକ ମଦ ଦୋକାନ ରୁ ବିପୁଳ ପରିମାଣରେ ମଦ ଲୁଟ ହୋଇଥିଲା । ଏହି ଗ୍ୟାଙ୍ଗ ମଧ୍ୟ ରାତ୍ରିରେ ଦୋକାନ କର୍ମଚାରୀ ଙ୍କୁ ମାଡ଼ ମାରିବା ସହ ବନ୍ଧୁକ ଦେଖାଇ ଭୟବିତ୍ତ କରି ଲକ୍ଷାଧିକ ଟଙ୍କା ର ବିଦେଶୀ ମଦ ଲୁଟ କରିଥିଲେ । ଲୁଟ ପରେ ସିସି ଟିଭି ହାର୍ଡ ଡିସ୍କ କୁ ମଧ୍ୟ ଚୋରି କରି ନେଇଥିଲେ । ଏଥି ସହ ଦୋକାନ କର୍ମଚାରୀ ଙ୍କ ସ୍କୁଟି ଓ ମୋବାଇଲ ମଧ୍ୟ ନେଇ ଯାଇଥିଲେ । ମଦ ଦୋକାନ ର ମାଲିକ ମଦ ଲୁଟ ନେଇ ତୁମୁଡିବନ୍ଧ ଥାନା ରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ପାଇବା ପରେ ତଦନ୍ତ ଚଳାଇଥିଲା ପୋଲିସ । ବାଲିଗୁଡା sdpo ମନୋଜ ପୂଜାରୀ ଙ୍କ ନିର୍ଦେଶ କ୍ରମେ ତୁମୁଡିବନ୍ଧ ଥାନା ଆଇ. ଆଇ. ସି ବାବା ଶଙ୍କର ସରାଫ ଙ୍କ ନେତୃତ୍ୱ ରେ ଏକ ଟିମ ଘଟଣା ର ଛାନଭିନ୍ ଚଳାଇଥିଲେ । ଏହି ଲୁଟ ଘଟଣା ରେ ନଅ ଜଣକୁ ଗିରଫ କରିବା ସହ ଗ୍ୟାଙ୍ଗ ଠାରୁ ଛଅ ଲକ୍ଷ ଟଙ୍କା ର ଲୁଟ ହୋଇଥିବା ମଦ ଜବତ କରିଛି ତୁମୁଡିବନ୍ଧ ପୋଲିସ । ତେବେ ଏହି ଗ୍ୟାଙ୍ଗ ତୁମୁଡିବନ୍ଧ ଥାନା ଅଂଚଳରେ ବିଭିନ୍ନ ହାଇୱା ଲୁଟ ରେ ସମ୍ପୃକ୍ତି ଥିବା ନେଇ ବାଲିଗୁଡା sdpo ସୂଚନା ଦେଇଛନ୍ତି । ରାଜରାସ୍ତା ରେ ଗାଡି କୁ ଅଟକାଇ ଖେଳଣା ବନ୍ଧୁକ ଓ ମାରଣାସ୍ତ୍ର ଦେଖାଇ ଲୋକଙ୍କୁ ଭୟବିତ୍ତ କରେଇବା ସହ ଲୁଟ କରୁଥିବା ପୋଲିସ ପକ୍ଷରୁ କୁହା ଯାଇଛି । ଏମାନଙ୍କ ନାମ ରେ ବିଭିନ୍ନ ଥାନା ରେ ମାମଲା ରହିଥିବା ବେଳେ ଅଧିକ ତଦନ୍ତ ଜାରି ରଖିଛି ପୋଲିସ ‌।
କନ୍ଧମାଳ ରୁ ମନୋଜ କୁମାର ପଣ୍ଡା, ୧୬/୫/୨୦୨୧-----୧,୧୫

ads

Blog Archive