ads

Breaking News

ପୁଣି ଥରେ ମାନବିକତା ଦେଖାଇଲେ ବ୍ରହ୍ମପୁର ବିଧାୟକ

 ବ୍ରହ୍ମପୁର---- ପୁଣି ଥରେ ମାନବିକତା ଦେଖାଇଲେ ବ୍ରହ୍ମପୁର ବିଧାୟକ। ଏକ ଅସହାୟ ଅବିବାହିତା ମହିଳା ସନ୍ଧ୍ୟାରାଣୀ ପଟ୍ଟନାୟକ କିଛି ଦିନ ତଳେ ମନ୍ଦିର ବାହାରେ ଦୀପ ଲଗାଉଥିବା ବେଳେ ଦୁର୍ଘଟଣା ବଶତଃ ନିଆଁର ପୋଡିହୋଇ ଯାଇଥିଲେ । ବ୍ରହ୍ମପୁର MKCG ରେ ଚିକିତ୍ସା ଅବସ୍ଥା ରେ ମୃତ୍ୟୁ ବରଣ କରିଥିଲେ । କିନ୍ତୁ ଏହି ଖବର ଶୁଣି ତାଙ୍କର ଅନ୍ତିମ ସଂସ୍କାର କରିବା ପାଇଁ ପରିବାରର ଲୋକ ପଛଘୁଞ୍ଚା ଦେବାପରେ  ବ୍ରହ୍ମପୁର ବିଧାୟକ  ଵିକ୍ରମ କୁମାର ପଣ୍ଡା ଉକ୍ତ ମହିଳାଙ୍କ ପୋଷ୍ଟମୋର୍ଟମ ରୁ ଆରମ୍ଭ କରି ସବ ସତ୍କାର  ପର୍ଯ୍ୟନ୍ତ ସମସ୍ତ ଦାୟିତ୍ୱ ନିଜେ ଉପସ୍ଥିତ ରହି କରାଇଲେ ।  ଅସହାୟ  ମହିଳାଙ୍କ ସବ ସତ୍କାର କରି ମହାନତାର ପରିଚୟ ଦେବା ପରେ ଏହା ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଆଦେଶ ବୋଲି କହିଛନ୍ତି | ଓଡିଶା ମୋ ପରିବାର ର ଏହା ପ୍ରତିଫଳନ ଏବଂ ପ୍ରକୃତରେ ଓଡିଶା ଏକ ରାଜ୍ୟ ହେଲେ ମଧ୍ୟ ଏହାର ପ୍ରତେକ ରାଜ୍ୟ ବାସୀ ଏକ ପରିବାର ବୋଲି ଆଜି ମୁଖ୍ୟମନ୍ତ୍ରୀ ପ୍ରମାଣ କରିଛନ୍ତି ।
 ଦୁଇଦିନ ତଳେ ଅସହାୟ  ଦୁଇଟି ମୃତ ଶରୀରକୁ ଦାହ କରି ମହାନତାର ପରିଚୟ ଦେଇଥିଲେ। ବିଧାୟକ ବିକ୍ରମ କୁମାର ପଣ୍ଡା। ବ୍ରହ୍ମପୁର ରୁ ଏହା,ଏନ୍ ବେହେରା,୧୭/୫/୨୦୨୧----୬,୦୦
Sakhigopal News, 17/5/2021


ads

Blog Archive

Popular Posts