ads

Breaking News

ସମୁଦ୍ରରେ ଗାଧେଇବା ମହଙ୍ଗା ପଡିଲା

  କୋଣାର୍କ-----  ପୁରୀ ଜିଲ୍ଲା କୋଣାର୍କ ଚନ୍ଦ୍ରଭାଗା ନିକଟସ୍ଥ ରାମଚଣ୍ଡି  ସମୁଦ୍ର କୂଳ ରୋଡରେ କାର୍
ରଖି ଗାଧୋଉଥିବା ମହଙ୍ଗା ପଡିଛି । କାର କାଚ ଭାଙ୍ଗି ଦୁଇ ଦୁର୍ବୃତ୍ତ ଲୁଟିନେଲେ ୫୦ ହଜାର ଟଙ୍କା । କୋଣାର୍କ ବୁଲି ପୁରୀ ଫେରୁଥିବା ସମୟରେ ସମୁଦ୍ର କୁଳ ରାସ୍ତା କ଼ଡରେ ଗାଡିରଖି ସମୁଦ୍ରରେ ଗାଧୋଉଥିଲେ ଡଃ ମୁକେସେ । ଦୁଇ ଜଣ ଦୁର୍ବୃତ୍ତ ପଲସର୍ ଗାଡି ରେ ଆସି କାରର କାଚ ଭାଙ୍ଗି ଲୁଟିନେଲେ। ଏନେଇ ଡ଼ଃ ମୁକେଶ ରାମଚଣ୍ଡି ଥାନାରେ ଅଭିଯୋଗ କରିଥିଲେ।  ଅଭିଯୋଗ ପାଇବା ପରେ ଘଟଣାସ୍ଥଳରେ ରାମଚଣ୍ଡି  ପୋଲିସି ପହଞ୍ଚି ତଦନ୍ତ କରିବା ସହ ଲୁଟେରାକୁ ଠାବ କରିବା ପାଇଁ କୋଣାର୍କ, ରାମଚଣ୍ଡି ରାସ୍ତା ସହ ପ୍ରତି ଗାଁର ଛକକୁ ଯାଇ ଲୋକକୁ ପଚରା ଉଚରା ଯାରି ରଖିଛି। ନିମାପଡାରୁ ଜୟନ୍ତ ସେଠୀ

ads

Blog Archive

Popular Posts