ads

Breaking News

ସାମ୍ବାଦିକ ମାନଙ୍କୁ ସୁରକ୍ଷା ପାଇଁ କୋଣାର୍କରେ ଶୋଭାଯାତ୍ରା

ପୁରୀ,ସୋର ଓ ବାଲିଆପାଳ ସମେତ ସମଗ୍ର ରାଜ୍ୟରେ କାର୍ଯ୍ୟରତ ସାମ୍ବାଦିକ ମାନଙ୍କ ଉପରେ ହୋଉଥିବା ଆକ୍ରମଣକୁ ଘୋର ନିନ୍ଦା କରାଯାଇଛି  । ତୁରନ୍ତ ଅଭିଯୁକ୍ତଙ୍କୁ ଗିରଫ ଦାବି , ସାମ୍ବାଦିକ ପେନସନ ଯୋଜନା କାର୍ଯ୍ୟ କାରି ସହ ସୁରକ୍ଷା ଆଇନ ପ୍ରଣୟନ କରିବା ନିମନ୍ତେ ଆଦି ଦାବିରେ କୋଣାର୍କ ସାମ୍ବାଦିକ ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଥାନା ଛକ ଠାରୁ ଏକ ପ୍ରତିବାଦ ଶୋଭାଯାତ୍ରା ବାହାରି ବଜାର ପରିକ୍ରମା କରି କୋଣାର୍କ ତହସିଲ୍ କାର୍ଯ୍ୟାଳୟ ଠାରେ ପହଞ୍ଚିଥିଲା । ଏହି ପରିପ୍ରେକ୍ଷୀରେ ଓଡ଼ିଶା ବାହାରୁ ସୁର୍ଯ୍ୟ ମନ୍ଦିର ପରିଦର୍ଶନ ରେ ଆସିଥିବା କେତେକ ସାମ୍ବାଦିକ ଏହି ଶୋଭାଯାତ୍ରା ରେ ସାମିଲ୍ ହୋଇଥିଲେ । ସାମ୍ବାଦିକଙ୍କ ସୁରକ୍ଷା , ପେନସନ ଯୋଜନା କାର୍ଯ୍ୟ କାରି ସହ ଆକ୍ରମଣ କାରି ଙ୍କ ବିରୁଧରେ ଦୃଢ କାର୍ଯ୍ୟନୁଷ୍ଠାନ ଗ୍ରହଣ ନିମନ୍ତେ ଗୋପ ତହସିଲଦାର ଙ୍କ ଜରିଆରେ ମହା ମହିମ ରାଜ୍ୟପାଳ ଓ କୋଣାର୍କ ଥାନା ଅଧିକାରୀ ଙ୍କ ଜରିଆରେ ପୋଲିସ ମହାନିର୍ଦ୍ଦେଶକ ଙ୍କୁ ଏକ ଦାବି ପତ୍ର ପ୍ରଦାନ କରାଯାଇଛି । ନିମାପଡାରୁ ଖବରଦାତା  ଜୟନ୍ତ ସେଠୀ

ads

Blog Archive

Popular Posts