ads

Breaking News

ଡେଲାଙ୍ଗରେ ସ୍ବତନ୍ତ ପଞ୍ଚାୟତ ସମିତି ବୈଠକ

ଵଡେଲାଙ୍ଗ ----- ଡେଲାଙ୍ଗ ବ୍ଳକ ପଞ୍ଛାୟତ ସମିତି ସଭାଗୃହ ପରିସରରେ ଆଜି ପଞ୍ଚାୟତ ସମିତିର ଅଧ୍ଯକ୍ଷ ପ୍ରସନ୍ନ ସାହୁଙ୍କ ସଭାପତିତ୍ବରେ ସ୍ବତନ୍ତ ସମିତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକର ସମ୍ପର୍କରେ ବିଡିଓ କ୍ଷୀରୋଦ ପ୍ରଧାନ  ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ ।  ବୈଠକରେ ପ୍ରଧାନମନ୍ତୀ ଗ୍ରାମୀଣ ସଡକ ଯୋଜନାରେ ପ୍ରକଳ୍ପ ଚୟନ ଓ ଅଗ୍ରାଧିକାର ଭିତରେ ପ୍ରଞ୍ଚାୟତ ସମିତି ସଭାରେ ଉକ୍ତ ପ୍ରକଳ୍ପ ଗୁଡିକ ମଞ୍ଜୁର କରାଯାଇଥିଲା । ଉକ୍ତ ବୈଠକରେ ଗ୍ରାମ୍ଯ ଉନ୍ନୟନ ସଂସ୍ଥାର ସହକାରୀଯନ୍ତୀ ପ୍ରସନ୍ନ ପଟ୍ଟନାୟକ ଯୋଗଦେଇ ଏହି ପ୍ରକଳ୍ପ ଗୁଡିକ ଏଠାରୁ ଗୃହୀତ ହେବାପରେ ୨୬ ତାରିଖରେ ଜିଲ୍ଳା ପରିଷଦ ବୈଠକରେ ଏହା ମଞ୍ଜୁର ପାଇବା ପରେ ବିଭାଗୀୟକୁ ଯିବ । ସେଠାରୁ ମଞ୍ଜୁର ହେବାପରେ କାର୍ଯ୍ଯ ଆରମ୍ଭ ହେବ । ଏଥିରେ ପଞ୍ଚାୟତ ରାଜ ମନ୍ତୀଙ୍କ ପ୍ରତିନିଧି ବୈରାଗୀ ଜେନା ,ବ୍ଳକର ସହକାରୀ ଯନ୍ତୀ ରମେଶ ସ୍ବାଇଁ,ଗ୍ରାମ୍ଯ ଉନ୍ନୟନ ର ନିର୍ବାହି ଯନ୍ତୀ ଭାବଗ୍ରାହୀ ଦାଶ ,ଗ୍ରାମ୍ଯ ପାନୀୟ ଜଳ ଯୋଗାଣ ବିଭାଗର ସହକାରୀ ଯନ୍ତୀ ଆଲୋକ ରଂଜନ ପଣ୍ଡା ,ଜିଲ୍ଳାପରିଷଦ ସଭ୍ଯ ମଳୟ ମହାନ୍ତି ସଭ୍ଯା ପୁଷ୍ପାଞ୍ଜଳି ସାମଲ, ମିଶନ ଶକ୍ତି ମହିଳା ମହାସଂଘର ସମ୍ପାଦିକା ବାସନ୍ତୀ ସାହୁଙ୍କ ସହ ବିଭିନ୍ନ ପଞ୍ଚାୟତର ସରପଞ୍ଚ ଓ ସମିତି ସଭ୍ୟସଭ୍ଯା ମାନେ ଯୋଗଦେଇ ସେମାନଙ୍କ ପଞ୍ଚାୟତର ବିଭିନ୍ନ ରାସ୍ତା ଏହୀ ଯୋଜନାରେ ସାମିଲ କରିବା ପାଇଁ ପ୍ରସ୍ତାବ ଦେଇଥିଲେ । ୩୦ଟି ପ୍ରକଳ୍ପ ଉକ୍ତ ଯୋଜନାରେ ସାମିଲ ହେବାପାଇଁ ଆସିଥିବା ବ୍ଳକର ଜିପିଓ ପୂର୍ଣ୍ଣଚନ୍ଦ୍ର ସେଠୀଙ୍କ ଠାରୁ ପ୍ରକାଶ । ଅନ୍ୟ ମାନଙ୍କ ମଧ୍ଯରେ କୃଷି,ଉଦ୍ଯାନ,ମସ୍ଥ୍ଯ , ମହିଳା ଶିଶୁ ବିକାଶ ଓ ବ୍ଳକର ସମସ୍ତ କର୍ମଚାରୀ ମାନେ ଉପସ୍ଥିତ ରହିଥିଲେ । ମୁନିଦା ଗ୍ରାମ ପଞ୍ଚାୟତର ସମିତି ସଭ୍ୟ ଆଭିଯୋଗ ଆଣିଥିଲେ ଯେ ବୈଠକ ହେବ ମାତ୍ର ଆମକୁ କୌଣସି ଖବର ଦିଆଯାଇ ନାହିଁ ବୋଲି ଗୃହ୍ୱରେ ଅଭିଯୋଗ କରିଥିଲେ । ଏହାକୁ ନେଇ ଉଷ୍ମତା ପ୍ରକାଶ ପାଇବାରୁ ମନ୍ତୀଙ୍କ ପ୍ରତିନିଧି ବୈରାଗୀ ଜେନା ହସ୍ତକ୍ଷେପ କରିବା ସହ ଏଣିକି ସମସ୍ତ ପ୍ରତିନିଧିଙ୍କୁ ଚିଠି ଦେବାର ସୁ ବନ୍ଦୋବସ୍ତ କରିବା ପାଇଁ ଜିପିଓଙ୍କୁ ଦାୟତ୍ବ ଦେଇଥିଲେ । ସେହିପରି ପଟ୍ଟନାୟୀକିଆ -ଖୋର୍ଦ୍ଧା ରାସ୍ତାର ବେଗୂନିଆପଡା ରାସ୍ତା ଏବେ ମରଣଯନ୍ତା ପାଲିଟିଛି ବୋଲି ପଞ୍ଚାୟତ ବୈଠକରେ ଏହା ସ୍ଥାନ ପାଇବା ସହ ବୀଭାଗୀୟ ଅଧିକାରୀ ମାନଙ୍କ ବିରୁଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ପ୍ରସ୍ତାବ ଗୃହୀତ ହୋଇଛି । ଶେଷରେ ବ୍ଳକ ଉପାଧ୍ଯକ୍ଷା ସ୍ବପ୍ନା ବଳବନ୍ତରାୟ  ସମସ୍ତଙ୍କୂ ଧନ୍ଯବାଦ ଦେଇ ଥିଲେ ।     ଡେଲାଙ୍ଗରୁ------ ଧୀରେନ୍ଦ୍ର ସେନାପତି

ads

Blog Archive

Popular Posts