ads

Breaking News

ବିଜେପି ମହିଳା ମୋର୍ଚ୍ଚା ପକ୍ଷରୂ କୋଣାର୍କ ବନ୍ଦ

କୋଣାର୍କ ଗତ 17 ତାରିଖରେ ବଙ୍ଗୀୟ ଯୁବତୀ ଙ୍କୁ ଗଣ ଦୁଷ୍କର୍ମ ଘଟଣାରେ ଅଭିଯୁକ୍ତ ମାନଙ୍କୁ ପୋଲିସ ନଧରିବା ପ୍ରତିବାଦରେ ବିଜେପି ମହିଳା ମୋର୍ଚ୍ଚା ରାଜ୍ୟ ବିଜେପି ସଭାନେତ୍ରୀ ପ୍ରଭାତୀ ପରିଡା ଙ୍କ ସହ ଶତାଧିକ ବିଜେପି କର୍ମୀ କୋଣାର୍କ ବନ୍ଦ କରିଛନ୍ତି l ଘଟଣା ଘଟିବାର 10 ଦିନ ବିତିଯାଇଥିଲେ ମଧ୍ୟ କୋଣାର୍କ ପୋଲିସ ହାତ ଖାଲି ।  ଏହାକୁ ନେଇ ବିଜେପି ମହିଳା ମୋର୍ଚା ତରଫରୁ କୋଣାର୍କ ବନ୍ଦ କରାଯାଇଛି l କୋଣାର୍କ- ପୁରୀ, କୋଣାର୍କ- ଭୁବନେଶ୍ୱର, କୋଣାର୍କ- କାକଟପୁର ରାସ୍ତା ବନ୍ଦ କରିଛନ୍ତି l କୋଣାର୍କ ର ଦୋକାନ ବଜାର, ସହ ସୂର୍ଯ୍ୟ ମନ୍ଦିର ଓ ସ୍କୁଲ କଲେଜ ସରକାରୀ ଅନୁଷ୍ଠାନ ବନ୍ଦ ଳହିଥିଲା l କୋଣାର୍କ ପୋଲିସ ଏହି ଘଟଣା ପାଇଁ ସମ୍ପୂର୍ଣ ଦାଇ ବୋଲି ମହିଳା ମୋର୍ଚା ସଭାନେତ୍ରି ପଭାତି ପରିଡା କହିଛନ୍ତି l କୋଣାର୍କ ଏକ ବିଶ୍ୱ ପର୍ଯ୍ୟଟନ ସ୍ତଳୀ କୋଣାର୍କ ବନ୍ଦ ଖବର ନଜାଣି ପରି ଆସିଥିବା ପର୍ଯ୍ୟଟକ କୋଣାର୍କ ମନ୍ଦିର ନବୁଲିପାରି ଫେରିଛନ୍ତି l                            ପୋଲିସ ତରଫରୁ 4ଜଣ Dsp,- 4ଜଣ ,Iic -8 ଜଣ, ଆଡିସ୍ନାଲ ଏସପି ଓ 4ପ୍ଲାଟୁନ ପୋଲିସ ଫୋର୍ସ କୋଣାର୍କ ରେ ମୁତୟନ କରାଯାଇଛି l ଅଭିଯୁକ ମାନଙ୍କୁ ଶୀଘ୍ର ଧରାଯିବ ବୋଲି ଅଡିସନାଲ ଏସପି କହିଛନ୍ତି l    ଏପଟେ ବିଜେପି ତରଫରୁ କୋଣାର୍କ ବନ୍ଦ ପ୍ରାୟ ସଫଳ ହୋଇଛୀ । ନିମାପଡାରୁ--ଜୟନ୍ତ ସେଠୀ

ads

Blog Archive

Popular Posts