ads

Breaking News

ସତ୍ଯବାଦୀ ଇତିହାସ ପୁଷ୍ଠାରେ ଏକ ଅଧ୍ଯାୟ ଯୋଡିହେଲା : ବିଧାୟକ ଶ୍ରୀ ସାମନ୍ତରାୟ

ସାକ୍ଷୀଗୋପାଳ-----
ଗୋପବନ୍ଧୁ ଜୟନ୍ତୀ ସମାରୋହ ରେ  ସତ୍ୟବାଦୀ ବିଧାୟକ ଉମାକାନ୍ତ ସାମନ୍ତରାୟ ମୁଖ୍ୟଅତିଥି ଭାବେ ଯୋଗଦେଇ ଆଜିର ଦିନଟି ସତ୍ୟବାଦୀ ଇତିହାସରେ ଆଉ ଏକ ପୃଷ୍ଠା ଯୋଡି ହେଲା ବୋଲି କହିଥିଲେ।ଗୋପବନ୍ଧୁ ଦାସ  ଦେଖିଥିବା ସ୍ୱପ୍ନ କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଆ ବିଶ୍ୱବିଦ୍ୟାଳୟ ଶିଳାନ୍ୟାସ କରି ତାଙ୍କ ପାଦତଳେ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଛନ୍ତି ବୋଲି ଶ୍ରୀ ସାମନ୍ତରାୟ କହିଥିଲେ। ଅନ୍ୟମାନଙ୍କ ମଧ୍ୟରେ,ବ୍ଲକ ଅଧକ୍ଷା ସସ୍ମିତା ପ୍ରଧାନ, ଜିଲ୍ଲା ପରିଷଦ ସଭ୍ୟ ପ୍ରହ୍ଲାଦ ଘଟୁଆରୀ, ଧ୍ରୁବ ଚରଣ ଦାସ,ପ୍ରକାଶ ଖଟେଇ,ପ୍ରଶାନ୍ତ ମହାପାତ୍ର,ଯୁବ ସଂଗଠକ ଶଙ୍କର ପ୍ରଧାନ, ସୁରେଶ କୁମାର ସାହୁ, ସୁବାସ ପ୍ରଧାନ,ରାମଚନ୍ଦ୍ର ମହାନ୍ତି ପ୍ରମୁଖ ଗୋପବନ୍ଧୁ ଜୟନ୍ତୀ ସମାରୋହରେ ଉପସ୍ଥିତ ରହିଥିଲେ। ଗୋପବନ୍ଧୁ ସ୍ମୃତି ପରିଷଦ ର ସଭାପତି ଧୀରେନ୍ଦ୍ର ନାଥ ଦାସ ଅତିଥି ମାନଙ୍କୁ ଉପଢୌକନ ଦେଇ ସମ୍ମାନିତ କରିଥିଲେ।
ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି

ads

Blog Archive

Popular Posts