ads

Breaking News

କଣାସ ଥାନାରେ ନୂତନ ଭାରପ୍ରାପ୍ତ ଅଧିକାରୀଙ୍କ ଯୋଗଦାନ; କଣାସ ଗ୍ରାମ୍ୟ କମିଟି ଓ ବଜାର କମିଟି ପକ୍ଷରୁ ସମ୍ବର୍ଦ୍ଧନା


 

କଣାସ --- କଣାସ ଥାନାର ପୂର୍ବତନ ଅଧିକାରୀ ପ୍ରଦୀପ କୁମାର ଯୁଝାରସିଂହ ଗତ ମାସ ୩୦ତାରିଖରୁ କାର୍ଯ୍ୟରୁ ଅବସର ନେବାପରେ ଦୀର୍ଘ ୧ମାସ ଧରି କଣାସ ଥାନା ମୁରବି ଶୂନ୍ୟ ହୋଇପଡିଥିଲା । ଅଂଚଳବାସୀ ଅଧିକାରୀ ନିଯୁକ୍ତି ପାଇଁ ବାରମ୍ବାର ଦାବିକରିବାରୁ ଜିଲ୍ଲା ଆରକ୍ଷି ଅଧିକ୍ଷକ ଶ୍ରୀ ପ୍ରଶନ୍ନ ନାୟକଙ୍କୁ କଣାସ ଥାନାର ଆଇ.ଆଇ.ସି ଭାବେ ନିଯୁକ୍ତି ଦେଇଛନ୍ତି । ଶ୍ରୀନାୟକ ପ୍ରଥମେ ଆସି କଣାସ ଅଂଚଳର ଆରାଧ୍ୟ ଠାକୁରାଣୀ ମା କୁଞ୍ଜେଶ୍ୱରୀଙ୍କୁ ପୂଜା ଅର୍ଚ୍ଚନା କରିସାରିବା ପରେ ମନ୍ଦିର ନିକଟରେ କଣାସ ଗ୍ରାମ୍ୟ କମିଟି ଓ କୁଞ୍ଜେଶ୍ୱରୀ ବଜାର କମିଟିର ସଭାପତି, ସଂପାଦକ, କର୍ମକର୍ତ୍ତା ମାନେ ପୁଷ୍ପଗୁଚ୍ଛ ଓ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରିବା ସହିତ ଅଂଚଳର ଶାନ୍ତିପ୍ରିୟ ଜନସାଧାରଣ ଯେପରି ଉଚିତ୍ ନ୍ୟାୟ ପାଇପାରିବେ ସେଥିପ୍ରତି ଧ୍ୟାନ ଦେବାକୁ କର୍ମକର୍ତ୍ତାମାନେ ଶ୍ରୀନାୟକଙ୍କୁ ଅନୁରୋଧ କରିଥିଲେ । କଣାସ ଗ୍ରାମ୍ୟ କମିଟି ସଭାପତି ରୋହିତ ପ୍ରଧାନ, ବଜାର କମିଟି ସଭାପତି ଶ୍ରୀକାନ୍ତ ପଟ୍ଟଯୋଷୀ, କଣାସ ସରପଞ୍ଚ ଭଗବାନ ସୁବୁଦ୍ଧି, କଣାସ ଅଂଚଳର ବିଶିଷ୍ଠ ସମାଜସେବୀ ହାଡିବନ୍ଧୁ ପାଢୀ, ପ୍ରଭାକାର ବଳିୟାରସିଂହ, ନାଥ ପାଇକରାୟ, ଶ୍ୟାମସୁନ୍ଦର ନାୟକ ପ୍ରମୁଖ ଉପସ୍ଥିତ ଥିଲେ ।କଣାସରୁ ସୁଜିତ କୁମାର ତ୍ରିପାଠୀଙ୍କ ରିର୍ପୋଟ, ୩/୮/୨୦୨୫---୫,୧୦     Sakhigopal News, 3/5/2028

  


ads

Blog Archive

Popular Posts