ads

Breaking News

ମେରା ଭାରତ ପକ୍ଷରୁ ମା’ ପାଇଁ ଗଛଟିଏ କାର୍ଯ୍ୟକ୍ରମ

କଣାସ--- କଣାସ ବ୍ଲକର କଣାସ ଠାରେ ପ୍ରତିଷ୍ଠିତ ଆଞ୍ଚଳିକା କ୍ରୀଡା ଓ ସାଂସ୍କୃତକ ପରିଷଦ ଅନୁକୂଲ୍ୟରେ ମେରା ଭାରତ ପୁରୀ ସହାୟତାରେ ମା ପାଇଁ ଗଛଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଦୋକନ୍ଦା ଗ୍ରାମର ଆରାଧ୍ୟ ଠାକୁର ବାବା ନୀଳକଣ୍ଠେଶ୍ୱରଙ୍କ ମନ୍ଦିର ପ୍ରାଙ୍ଗଣରେ  ଏକ ଆଲେଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର ସଭାପତି ସଂଜୟ କୁମାର ଛୁଆଳସିଂହ, ସଂପାଦକ ମନୋରଂଜନ ସୁନ୍ଦରାୟ, ସହ ସଂପାଦକ ପ୍ରେମାନନ୍ଦ ଜାଲି, କଣାସ ବ୍ଲକର କନିଷ୍ଠ ଯନ୍ତ୍ରୀ, ଅନୁଷ୍ଠାନର ୫୦ଜଣ ବାଳକ ବାଳିକା ଯୋଗଦେଇ ପରିବେଶର ସୁରକ୍ଷା ପାଇଁ ଜନସାଧାରଣଙ୍କୁ ସଚେତନ କରିବା ସହିତ ମନ୍ଦିର ପରିସର ମଧ୍ୟରେ ଗୋଟିଏ ଗୋଟିଏ ଗଛ ଲଗାଇଥିଲେ । 

କଣାସରୁ ସୁଜିତ କୁମାର ତ୍ରିପାଠୀଙ୍କ ରିର୍ପୋଟ, ୩ା୮ା୨୦୨୫---୫,୧୫   Sakhigopal News, 3/8/2025


ads

Blog Archive

Popular Posts