ads

Breaking News

ଇଣ୍ଡିଆ ବୁକ୍ସ ଅଫ୍ ରେକର୍ଡସ୍ ରେ ସ୍ଥାନ ପାଇଲେ ୨୦ ମାସର ଶିଶୁକନ୍ୟା 'ଶ୍ରେୟାଶିଂ'


ସାକ୍ଷୀଗୋପାଳ,---- ନିଜର ବିଚକ୍ଷଣ ବୁଦ୍ଧି ଏବଂ ତତ୍କାକାଳ ସଠିକ ଉତ୍ତର ଦେଇ ଭଲଭାବେ କଥା କହି ପାରିନଥିବା ୨୦ ମାସ ବୟସର ଶିଶୁ କନ୍ୟା ଶ୍ରେୟାଶିଂ ପଣ୍ଡା ଇଣ୍ଡିଆ ବୁକ୍ସ ଅଫ୍ ରେକର୍ଡସ୍ ରେ ସ୍ଥାନ ପାଇବାକୁ ସକ୍ଷମ ହୋଇଛନ୍ତି । ବିଭିନ୍ନ ପ୍ରଜାତିର ୧୯ ଟି ବନ୍ୟଜନ୍ତୁ, ୧୭ ଗୃହପାଳିତ ପଶୁ, ୧୩ ପକ୍ଷୀ, ୧୮ ପ୍ରକାର ପନିପରିବା, ୨୦ ଟି ଯାନବାହାନ, ୨୬ ଟି ଇଂରାଜୀ ଅକ୍ଷର ଓ ବ୍ୟବହୃତ ଶଦ୍ଦାବଳି,  ଭିନ୍ନ ଭିନ୍ନ ପ୍ରକାରର ୨୦ ଟି ଫଳ, ମଣିଷ ଶରୀରର ୧୪ ଟି ଅଙ୍ଗ ପ୍ରତ୍ୟଙ୍ଗ ଚିହ୍ନିତ କରିବା ସଙ୍ଗେ ସଙ୍ଗେ ୫ ଟି ସାଧାରଣ ଜ୍ଞାନ ର ତତକ୍ଷଣାତ୍ ସଠିକ ଉତ୍ତର ଦେବାରେ ସଫଳ ହୋଇଛନ୍ତି। ଏହି କୃତିତ୍ବ ପାଇଁ ଇଣ୍ଡିଆ ବୁକ୍ସ ଅଫ୍ ରେକର୍ଡସ୍ ର ମୁଖ୍ୟ ସମ୍ପାଦକ ଡଃ ବିଶ୍ବରୁପ ରାୟ ଚ୍ୟୈଧୁରୀ ଶିଶୁ ଟିକୁ ଚଳିତ ମାସ ୧୪ ତାରିଖ ରେ ପ୍ରମାଣପତ୍ର ଓ ପଦକ ପ୍ରଦାନ କରି ଉତ୍ସାହିତ କରିଛନ୍ତି। ସତ୍ୟବାଦୀ ଥାନା ଅନ୍ତର୍ଗତ ଇନ୍ଦିପୁର ଗ୍ରାମର କୁନିଝିଅ ଶ୍ରେୟାଶଂ ର ମାତା ତପସ୍ବୀନ ପଣ୍ଡା ଓ ପିତା ଶିବଶଙ୍କର ପଣ୍ଡା ଙ୍କ ପରିବାରରେ ଏଥିପାଇଁ ଖୁସିର ଲହରୀ ଖେଳିଯାଇଛି। ପୁରୀ ସହରରେ ରହୁଥିବା ଏହି ପରିବାରକୁ ବିଭିନ୍ନ ମହଲରୁ ଶିଶୁ ଟିର ଉଜ୍ଜ୍ୱଳ ଭବିଷ୍ୟତ କାମନା କରି ଶୁଭେଚ୍ଛା ପହଞ୍ଚିବାରେ ଲାଗିଛି। ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ ,୨୬/୭/୨୦୨୫---୮,୪୫ Sakhigopal News,26/7/2025

ads

Blog Archive

Popular Posts