ads

Breaking News

ବାଳିକା ସଚେତନତା ଶିବିର ଅନୁଷ୍ଠିତ

 


ଜଟଣୀ : -ଜଟଣୀ ପୌରାଞ୍ଚଳ ଆନ୍ତର୍ଗତ କୁଦିଆରୀ ରଙ୍ଗଣୀସାହି ଠାରେ ବାଳିକାଙ୍କୁ ଆତ୍ମବିଶ୍ୱାସ ଦେବାରେ ମାଆର ଭୂମିକା ଶୀର୍ଷକ ଆଲୋଚନା ଚକ୍ର ସମ୍ଭାବନା ପରିବାର ଓ ସୁରଭି ଅନୁଷ୍ଠାନର ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଯାଇଛି l  ସମ୍ଭାବନା ପରିବାର ସଦସ୍ୟ  ସଂଜୟ କୁମାର ବରୀଶଲଙ୍କ ସଂଯୋଜନାରେ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ ଡ଼ା ସୁକାନ୍ତି ମହାପାତ୍ର । ଅଧକ୍ଷ କନ୍ତିଆ ମହାବିଦ୍ୟାଳୟ ତଥା ଉପସଭାପତି ଖୋର୍ଦ୍ଧା ଜିଲ୍ଲା ବିଶ୍ୱ ହିନ୍ଦୁ ପରିଷଦ ,ସମ୍ମାନିତ ଅତିଥି ଭାବେ ବିଭୁଦେନ୍ଦ୍ର ବିଦ୍ୟାଧର ସମ୍ପାଦକ ବିଶ୍ୱ ହିନ୍ଦୁ ପରିଷଦ ଖୋର୍ଦ୍ଧା ,ସଂଜୀବ ରାୟ ଅଧ୍ୟାପକ ବାଉରୀବନ୍ଧୁ ମହାବିଦ୍ୟାଳୟ ,ଶଶାଙ୍କ ଶେଖର ରାୟ କାଉନସିଲର ପ୍ରମୁଖ ଯୋଗ ଦେଇଥିଲେ l କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ସମ୍ଭାବନା ପରିବାର ସଦସ୍ୟ ଶରତ ରେଡି, ସ୍ମିତା ପଟ୍ଟନାୟିକ, ସୁରଭି ଅନୁଷ୍ଠାନର ସଦସ୍ୟ ଖୁସି, ପିହୁ, ଲଭଲି, ସ୍ଵାତି, ଅନୁସୂୟା, ଶ୍ରାବଣୀ, ଲଷ୍ମୀପ୍ରିୟା, ଅଳକା, ଶୁଭଶ୍ରୀ I ଏଥିରେ ବହୁ ଅବିଭାବକ ମାନେ ମଧ୍ୟ ଯୋଗଦେଇଥିଲେ I ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ, ୨୬/୭/୨୦୨୫---୯,୪୫ Sakhigopal News,26/7/2025

ads

Blog Archive

Popular Posts