ads

Breaking News

ଗ୍ୟାଲେରୀ କଲେଜ ରେ ଯୌନ ନିର୍ଯାତନା ସମ୍ପର୍କିତ ଆଲୋଚନା ଚକ୍ର ଅନୁଷ୍ଠିତ


 ଭଞ୍ଜନଗର-- ଗାଲେରୀ ସ୍ଥିତ ଦଣ୍ଡପାଣି ମହାରଥା ବିଜ୍ଞାନ ମହାବିଦ୍ୟାଳୟରେ ଅଧ୍ୟକ୍ଷ ସୁଶାନ୍ତ କୁମାର ନାୟକ ଙ୍କ ପୌରେହିତ୍ୟ ରେ ଯୌନ ନିର୍ଯାତନା ସମ୍ପର୍କିତ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା। ପ୍ରଥମେ ବାଲେଶ୍ଵର ଜିଲାର ଫକିରମୋହନ ସ୍ୱୟଂଶାସିତ ମହାବିଦ୍ୟାଳୟ ର ପରଲୋକ ଗମନ କରିଥିବା ଛାତ୍ରୀ ସୌମ୍ୟଶ୍ରୀ ଙ୍କ ପାଇଁ ନୀରବ ପ୍ରାର୍ଥନା କରାଯିବା ପରେ ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା। ଆଲୋଚନା ରେ କଲେଜ ର ଅଧ୍ୟାପକ ଅଶ୍ଵିନୀ କୁମାର ଗୌଡ, ସୀତେଶ୍ ଦାଶ, ଦିବ୍ୟଲୋଚ ବିଶ୍ଵାଳ, ଆମ କଲେଜ ଆମ ଗୌରବ ର ସମ୍ପାଦକ ପ୍ରାକ୍ତନ ଛାତ୍ର ମୁକେଶ କୁମାର ସାହୁ ରାମହରି, ରିଙ୍କୁ, ସଙ୍ଗୀତା ଗୌଡ ଇତ୍ୟାଦି ତଥା ବର୍ତ୍ତମାନ ଅଧ୍ୟୟନ ରତ ଛାତ୍ରଛାତ୍ରୀ ମାନେ ଅଂଶଗ୍ରହଣ କରିଥିଲେ।। ଆର୍ଯ୍ୟ ଭୂମୀ ଭାରତ ରେ ଗୁରୁ ଶିଷ୍ୟ ପରମ୍ପରାକୁ ରକ୍ଷା କରିବା ସହ ନିଜ ନିଜର ସୀମା ମଧ୍ୟରେ ରହି ଶିକ୍ଷା ଦାନ ଓ ଶିକ୍ଷା ଗ୍ରହଣ କରିବା ପାଇଁ ତଥା ଛାତ୍ରୀ ମାନେ ନିଜେ ନିଜକୁ କିପରି ସୁରକ୍ଷା କରିବେ ସେଥିପାଇଁ ପ୍ରତି ବର୍ଷ ଓଡିଶା ସରକାର ଙ୍କ ଉଚ୍ଚଶିକ୍ଷା ବିଭାଗ ଦ୍ଵାରା ଆତ୍ମ ସୁରକ୍ଷା ତାଲିମ ଶିବିର ଆୟୋଜନ କରାଯାଉଛି । ଏହି ତାଲିମି ଶିବିରରେ  ପାଇଥିବା ଜ୍ଞାନ କୁ ପ୍ରତ୍ୟେକ ଛାତ୍ରୀ ଆବଶ୍ୟକ ବେଳେ କାମ ରେ ପ୍ରୟୋଗ କରିବା ପାଇଁ ଆଲୋଚନା ରେ ଅଂଶଗ୍ରହଣ କରିଥିବା ସମସ୍ତ ଆଲୋଚକ ମତ ଦେଇଥିଲେ। ଆଗାମୀ ଦିନରେ କୌଣସି ଶିକ୍ଷାନୁଷ୍ଠାନରେ କିଛି ଅପ୍ରୀତିକର ପରିସ୍ଥିତି ନହେବ ସେଥିପ୍ରତି ଧ୍ୟାନ ଦେବାକୁ ଏକ ଶୃଙ୍ଖଳା କମିଟି ଗଠନ ହୋଇଥିଲା।। ଏହି କାର୍ଯ୍ୟକ୍ରମ କୁ ମୋ କଲେଜ ମୋ ଗୌରବ ର ନୋଡାଲ ଅଫିସର୍ ଅଧ୍ୟାପକ ଦୁର୍ଗା ମାଧବ ଦାଶ ସ‍ଂଯୋଜନା କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ ।  ଏନ୍ ଏସ୍ ଏସ୍ ର ଭଲ୍ୟୁଣ୍ଟର ମାନେ ପରିଚାଳନା ରେ ସହଯୋଗ କରିଥିଲେ। ସଭା ସମାପ୍ତ ହେବାପରେ ଗାଲରୀ ର ଯୁବ ସମାଜସେବୀ ଶଙ୍କର୍ଷଣ ମହାରଥା ଙ୍କ ଉପସ୍ଥିତି ରେ ମା ପାଇଁ ଗଛ ଟିଏ ର ଶୁଭାରମ୍ଭ ହୋଇ ଥିଲା। ଭଞ୍ଜନଗର ରୁ ରବୀନ୍ଦ୍ର ପ୍ରଧାନ ଙ୍କ ରିପୋର୍ଟ,୨୦/୭/୨୦୨୫---୮,୪୫ Sakhigopal News,20/7/2025

ads

Blog Archive

Popular Posts