ads

Breaking News

ବିଜେପି ସରକାର ଡାଉନ୍ ଡାଉନ୍ , ସତ୍ୟବାଦୀ ରେ ଓଡ଼ିଶା ବନ୍ଦ ସଫଳ ଦେଖିବାକୁ ମିଳିଛି

କ୍ଷୀଗୋପାଳ ----୩୧୬ନଂ ଭୁବନେଶ୍ବର -- ପୁରୀ ଜାତୀୟ ରାଜପଥର ସତ୍ଯବାଦୀ ବ୍ଳକ ଛକରେ କଂଗ୍ରେସ କର୍ମୀମାନେ ଟାୟର ଜାଳି  ରାସ୍ତାରୋକ କରିଥିଲେ । କର୍ମୀମାନେ ବିଜେପି ସରକାର ଡାଉନ୍ ଡାଉନ୍ , ମୁଖ୍ୟମନ୍ତ୍ରୀ ମୋହନ ମାଝି ଓ ଶିକ୍ଷା ମନ୍ତ୍ରୀ ଛି ଛିରେ ଛି ନାରାବାଜି ଦେଇଥିଲେ । ନାରୀଙ୍କୁ ନ୍ୟାୟ ଓ ସୁରକ୍ଷା ମିଳିବା ପାଇଁ ଓଡ଼ିଶା କଂଗ୍ରେସ ପକ୍ଷରୁ ଯେଉଁ ଓଡ଼ିଶା ବନ୍ଦ ଡାକରା ଦିଆଯାଇଥିଲା ତାହା ସତ୍ଯବାଦୀ ରେ ସଫଳ ହୋଇଛି। ସାକ୍ଷୀଗୋପାଳ ବଜାର ଓ ପୁରୀ ---ଭୁବନେଶ୍ବର ୩୧୬ନଂ ଜାତୀୟ ରାଜପଥ ଉପରେ ଗାଡ଼ି ମଟର ଯିବା ଆସିବା ବନ୍ଦ ରହିଥିଲା । ଆମ ମହିଳା ମାନେ କିପରି ସୁରକ୍ଷିତ ରହିବେ ଏହାର ଦାୟିତ୍ଵ ଆମର ବୋଲି କଂଗ୍ରେସର ଯୁବ କର୍ମୀ ମାନେ ନିଜ କାନ୍ଥକୁ ନେଇଛନ୍ତି ।  ମହିଳା ମାନଙ୍କ ସ୍ବାର୍ଥ ପାଇଁ ଆମେ ଜଣେ ଜଣେ ସିପାହୀ ହୋଇ ମହିଳାଙ୍କୁ ସୁରକ୍ଷା ଦେବା। ଏ ଅପରାଗତ ସରକାର ଜଣେ ଛାତ୍ରୀଙ୍କୁ ସୁରକ୍ଷା ଦେଇ ପାରିଲେ ନାହିଁ କି ଅପରାଧୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହାନ୍ତି । କୁମ୍ଭକର୍ଣ୍ଣ ନିଦ୍ରା ରେ ଶୋଇଛନ୍ତି। ଯେଉଁ  ପର୍ଯ୍ୟନ୍ତ ଶିକ୍ଷା ମନ୍ତ୍ରୀ ଇସ୍ତଫା ଦେଇ ନାହାନ୍ତି  ଓ ଛାତ୍ରୀଙ୍କୁ  ନ୍ୟାୟ ନ ମିଳିଛି ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି  ସତ୍ୟବାଦୀ ବ୍ଲକ ସଭାପତି ସୁବାସ ମହାପାତ୍ର କହିଛନ୍ତି। ମିଳିମିଶି ମହିଳାଙ୍କ ସ୍ବାର୍ଥ ଓ ସୁରକ୍ଷା ପାଇଁ ଲଢେଇ କରିବା । ସୁଚନା ଯୋଗ୍ୟ ଯେ ବାଲେଶ୍ବର  ଫକିର ମୋହନ ବିଶ୍ଵ ବିଦ୍ୟାଳୟର ଛାତ୍ରୀ ସୋମ୍ୟାଶ୍ରୀ ବିଶି ଙ୍କୁ ତୁରନ୍ତ ନ୍ୟାୟ ପ୍ରଦାନ ପାଇଁ ପ୍ରଦେଶ କଂଗ୍ରେସ ପକ୍ଷରୁ ଆଜି ଓଡିଶା ବନ୍ଧ ପାଳନ କରାଯାଇଛି।
ପୁରୀ ଜିଲ୍ଲାର ସତ୍ୟବାଦୀ ବ୍ଲକ ଅନ୍ତର୍ଗତ ବ୍ଲକ ଛକ ଠାରେ ସତ୍ୟବାଦୀ ବ୍ଲକ୍ କଂଗ୍ରେସ କମିଟି ତତଫରୁ  ବନ୍ଧ ପାଳନ କରାଯାଇଛି। ସତ୍ୟବାଦୀ ବ୍ଲକ ସଭାପତି ସୁବାସ ମହାପାତ୍ର, ଯୁବ କଂଗ୍ରେସ ସଭାପତି ଲିପ୍ତି ରଞ୍ଜନ ପ୍ରଧାନ ଙ୍କ ନେତୃତ୍ବରେ ତପନ କୁମାର ଵେଜ୍, ଅମୂଲ୍ୟ ଜେନା, ଦେବରାଜ ଜେନା, ଉତ୍ତମ ମହାପାତ୍ର, ପ୍ରସାଦ ନାୟକ, ମହ୍ୟା ଭାରତୀ, ଧଡ଼ିଆ ନାୟକ, ନନ୍ଦୁ ଭାଇନା ଙ୍କ ସହ ଅନେକ କଂଗ୍ରେସ କର୍ମୀ ଯୋଗଦେଇ ଓଡ଼ିଶା ବନ୍ଦ କୁ ସଫଳ କରିଥିଲେ । ସେହିପରି ସାକ୍ଷୀଗୋପାଳ ବଜାର ର ବିଭିନ୍ନ ବଡ଼ବଡ଼ ବ୍ୟବସାୟୀ ଅନୁଷ୍ଠାନ ଓ ଷ୍ଟେଟବ୍ୟାଙ୍କ ଆଦି ବନ୍ଦ ରହିଥିଲା । ଏହି ଆନ୍ଦୋଳନକୁ ସମର୍ଥନ କରୁଥିବା ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ସହଯୋଗ ମିଳିଥିଲା ।ଏସୟୁସିଆଇ ପକ୍ଷରୁ କର୍ମୀମାନେ ବ୍ୟାଙ୍କ ଓ ସରକାରୀ କାର୍ଯ୍ୟାଳୟ ଆଗରେ ପିକେଟିଂ କରିଥିଲେ। ସେହିପରି ଓଡ଼ିଶା ବନ୍ଦ ଯୋଗୁ ସାକ୍ଷୀଗୋପାଳ ରେଳଓଭର ବ୍ରିଜ ନିର୍ମାଣ ପାଇଁ ଚାଲିଥିବା ସର୍ଭେ କାର୍ଯ୍ୟ ବନ୍ଦ ରହିଥିଲା । ବ୍ଳକ ଛକ ନିକଟରେ ରାସ୍ତା ରୋକ ସ୍ଥାନରେ ସତ୍ଯବାଦୀ ତହସିଲଦାର ସନ୍ତୋଷ ପାଣିଗ୍ରାହୀ, ଅତିରିକ୍ତ ତହସିଲଦାର ଓମ୍ ପ୍ରକାଶ ପରିଡା ଓ ସତ୍ଯବାଦୀ ଥାନା ଅଧିକାରୀ ବିଜୟ କେତନ ବେହେରାଙ୍କ ସହ ଶାନ୍ତି ଶୃଙ୍ଖଳା ରକ୍ଷା ସକାଶେ ଫୋର୍ସ ମୁତୟନ କରାଯାଇଥିଲା।  ବିଭିନ୍ନ ସରକାରୀ କାର୍ଯ୍ୟାଳୟ ରେ କର୍ମଚାରୀଙ୍କ ସଂଖ୍ୟା କମଥିଲା । ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ ୧୭/୭/୨୦୨୫-+--୧୨,୩୫ Sakhigopal News,17/7/2025


ads

Blog Archive

Popular Posts