ads

Breaking News

ସୁନୀତା ଛାଡିଲେ ବିଜେଡି, କଂଗ୍ରେସର ହାତ ଧରିଲେ , ଘରକୁ ଫେରିବା ପରେ କର୍ମୀମାନେ ଖୁସି




ସମ୍ବଲପୁର,----: ଯାହା ଅନୁମାନ କରାଯାଉଥିଲା, ତାହା ସତ ହେଲା।ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ୱାଳଙ୍କ ଝିଅ ସୁନୀତା ବିଶ୍ୱାଳ ବିଜୁ ଜନତା ଦଳ (ବିଜେଡି) ଛାଡ଼ି ପୁଣି କଂଗ୍ରେସ ଦଳରେ ଆଜି ଯୋଗ ଦେଇଛନ୍ତି। ଗତକାଲି ବିଜେଡି ଛାଡିବା ପରେ ତାଙ୍କର ଘର ବାହୁଡ଼ା ଏକ ପ୍ରକାର ସ୍ଥିର ହୋଇଥିଲା।ରାହୁଲ ଗାନ୍ଧୀଙ୍କ ଓଡିଶା ଗସ୍ତ ପୂର୍ବରୁ ସୁନୀତା ବିଜେଡିର ହାତ ଛାଡି ଦେଇଥିବାରୁ ଏହି ଅନୁମାନ କରାଯାଉଥିଲା।ସୁନୀତା ବିଶ୍ୱାଳ, ଯିଏ ଦୀର୍ଘ ଦିନ ଧରି କଂଗ୍ରେସ  ରାଜନୀତିରେ ସକ୍ରିୟ ଥିଲେ। କିଛି ବର୍ଷ ପୂର୍ବେ ବିଜେଡିରେ ଯୋଗ ଦେଇଥିଲେ। ତେବେ, ସମ୍ପ୍ରତି ସେ ପୁଣି ତାଙ୍କର ପୂର୍ବ ଦଳ କଂଗ୍ରେସକୁ ଫେରିବାକୁ ନିଷ୍ପତ୍ତି ନେଇଛନ୍ତି।
      ସୂଚନାଯୋଗ୍ୟକି,ସୁନୀତାଙ୍କ ବାପା ହେମାନନ୍ଦ ବିଶ୍ୱାଳ ଓଡ଼ିଶାରେ କଂଗ୍ରେସର ଜଣେ ବରିଷ୍ଠ ନେତା ଏବଂ ପୂର୍ବତନ ମୁଖ୍ୟମନ୍ତ୍ରୀ ଥିଲେ। ତାଙ୍କର ରାଜନୈତିକ ପଥ କୁ ପାଥେୟ କରି କଂଗ୍ରେସ ରଥକୁ ଆଗେଇ ନେବା ପାଇଁ ସୁନୀତା ଏକ ପ୍ରକାର ନିଷ୍ପତ୍ତି ନେଇଛନ୍ତି। ଏ ସମ୍ପର୍କରେ ସୁନୀତା ବିଶ୍ୱାଳ କହିଛନ୍ତି, “ତାଙ୍କ ପିତାଙ୍କ ଆଦର୍ଶ ଓ କଂଗ୍ରେସ ଦଳର ମୂଲ୍ୟବୋଧ ତାଙ୍କୁ ସବୁବେଳେ ପ୍ରେରଣା ଦେଇଛି। ସେ ପୁଣି କଂଗ୍ରେସ ଦଳରେ ଯୋଗ ଦେଇ ରାଜ୍ୟର ଲୋକଙ୍କ ସେବା କରିବାକୁ ଚାହୁଁଛନ୍ତି।ନବୀନ ପଟ୍ଟନାୟକଙ୍କ ଅନୁପସ୍ଥିତିରେ ସୁନୀତା ବିଜେଡିରୁ ମୁହଁ ଫେରାଇଛନ୍ତି।ତେବେ, ବିଜେଡିର କେହି ଜଣେ ଏନେଇ ମୁହଁ ଖୋଲି ନାହାଁନ୍ତି।ରାଜନୈତିକ ବିଶ୍ଳେଷକମାନେ କହୁଛନ୍ତି ଯେ, ସୁନୀତାଙ୍କ ଏହି ପଦକ୍ଷେପ ଆଗାମୀ ର୍ନିବାଚନକୁ ଦୃଷ୍ଟିରେ ରଖି କଂଗ୍ରେସ ଦଳକୁ ରାଜ୍ୟରେ ଶକ୍ତିଶାଳୀ କରିବାରେ ସହାୟକ ହୋଇପାରେ। ଏହା ସହିତ ରାଜ୍ୟରେ କଂଗ୍ରେସ ଦଳ ସୁନୀତା ବିଶ୍ୱାଳଙ୍କୁ ସ୍ବାଗତ କରିଛି। ରାଜ୍ୟ କଂଗ୍ରେସ ସଭାପତି ଭକ୍ତ ପ୍ରସାଦ ଦାସ କହିଛନ୍ତି, “ସୁନୀତା ବିଶ୍ୱାଳଙ୍କ ଫେରିବା କଂଗ୍ରେସ ଦଳ ପାଇଁ ଏକ ବଡ଼ ସଫଳତା। ତାଙ୍କର ଅଭିଜ୍ଞତା ଓ ନେତୃତ୍ୱ ରାଜ୍ୟରେ କଂଗ୍ରେସକୁ ଆହୁରି ମଜବୁତ କରିବ ବୋଲି ସେ କହିଛନ୍ତି। ଅନ୍ୟ ପକ୍ଷରେ ସୁନୀତାଙ୍କ ଘରବାହୁଡା଼ ସମ୍ବଲପୁର କଂଗ୍ରେସ ପକ୍ଷରୁ ମଧ୍ୟ୍ୟ ସ୍ୱାଗତ କରାଯାଇଛି। ଜିଲ୍ଲା ସଭାପତି ଦୂର୍ଗା ପାଢ଼ୀ କହିଛନ୍ତି ଏହା ହେବାର ଥିଲା ହେଲା, ଏଥିରେ ଆଶ୍ଚର୍ଯ୍ୟ ହେବାର କିଛିନାହିଁ ବରଂ ସମୟକୁ ଅପେକ୍ଷା କରନ୍ତୁ ଦେଖିବେ ଆଗକୁ ସବୁ କଣ ହେଉଛି। ସୁନିତାଙ୍କ ଘର ବାହୁଡା଼ ନେଇ ଲଇକେରା, କୁଚିଣ୍ଡା, ଝାରସୁଗୁଡା ପ୍ରଭୃତି ନିର୍ବାଚନ ମଣ୍ଡଳୀର କଂଗ୍ରେସ କର୍ମୀ ଙ୍କ ମାଧ୍ୟ୍ୟରେ ଉତ୍ସାହ ପ୍ରକାଶ ପାଇଛି। ସମ୍ବଲପୁର ରୁ ରାଜାରାମ ଷଡ଼ଙ୍ଗୀ ଙ୍କ ରିପୋର୍ଟ,୧୦/୭/୨୦୨୫---୮,୧୦ Sakhigopal News,10/7/2025

ads

Blog Archive

Popular Posts