ads

Breaking News

ଭେଡେନ ବ୍ଲକ୍ ସ୍ତରୀୟ ରାଷ୍ଟ୍ରୀୟ ଆବିଷ୍କାର ଅଭିଯାନ



 ବରଗଡ଼ --- ବରଗଡ ଜିଲ୍ଲା ଭେଡେନ ବ୍ଲକ୍ ସ୍ତରୀୟ ରାଷ୍ଟ୍ରୀୟ ଆବିଷ୍କାର ଅଭିଯାନ କାର୍ଯକ୍ରମ ସୂର୍ଯ୍ୟମଣି ଜନତା ହାଇ ସ୍କୁଲ, ଭେଡେନ ଠାରେ ଅନୁଷ୍ଠିତ ହେlଇ ଯାଇଛି l ମୁଖ୍ୟ ଅତିଥି ବି. ଇ. ଓ. ମଛିନ୍ଦ୍ର ମଲ୍ଲିକଙ୍କ କର କମଳରେ ଆନୁଷ୍ଠାନିକ ଭାବେ  ଉତଘlଟିତ ହୋଇଥିଲା । ଏ. ବି. ଇ. ଓ. ଅଭିମନ୍ୟୁ ଭୋଇ, ଉର୍ବଶୀ ପଣ୍ଡା, ଏ. ବି. ଇ. ଓ. କମ୍ ବି. ଆର୍. ସି. ସି. ହେମବତୀ ମେହେର ଓ ପ୍ରଧାନ ଶିକ୍ଷକ ରଞ୍ଜନ କୁମାର୍ ନାୟକ ଉପସ୍ଥିତ ଥିଲେ l ଏହି ଅବସରରେ ବିଜ୍ଞାନ ମେଳା ଓ କୁଇଜ୍ ପ୍ରତିଯୋଗିତା କରାଯାଇ, ସିନିଅର ବିଭାଗ  ବିଜ୍ଞାନ ମେଳାରେ ପ୍ରଥମ ମୀମାଂସା କଠାର, ଝରାପାଲି ହାଇ ସ୍କୁଲ, ଦ୍ଵିତୀୟ ଶ୍ରେୟଶ କୁମାର ଦାଶ, ସାଲନା ହାଇ ସ୍କୁଲ, ତୃତୀୟ ସିଦ୍ଧିମୟୀ କାଲସା, ଋଷୁଡl ଏଚ୍. ଏସ. ଏସ. କୁଇଜ୍ ରେ ପ୍ରଥମ କମଳିନୀ ଭୁଏ, ରେଶମ ହାଇ ସ୍କୁଲ, ଦ୍ଵିତୀୟ ଅଭିଜ୍ଞାନ୍ ଦାସ, ଋଷୁଡl ଏଚ୍. ଏସ. ଏସ., କୁନାଲ ସାହୁ, ବରପଦର୍ ହାଇସ୍କୁଲ, ତୃତୀୟ ସୁମି ମlହାର, ଝରାପାଲି ହାଇସ୍କୁଲ । ସେହିପରି ଜୁନିଅର ବିଭାଗ କୁଇଜ୍ ରେ ପ୍ରଥମ ଗୁଲସନ୍ ହାତୀ , ରେଶମ ହାଇ ସ୍କୁଲ, ଦ୍ଵିତୀୟ ରାଜଶ୍ରୀ ପାତ୍ର, ରେଶମ ୟୁ. ପି. ତୃତୀୟ ପ୍ରାଚୀ ସାହୁ, ତେନ୍ତୁଳି ଟିକ୍ରା ହାଇସ୍କୁଲ l ପ୍ରତିଯୋଗିତା ପରେ ପିଲାଙ୍କ ବିଜ୍ଞାନ ସମ୍ମିଳନୀ ଅନୁଷ୍ଠିତ ହୋଇ ଥିଲା l ଏଥିରେ ଛାତ୍ର ଛାତ୍ରୀ , ଗାଇଡ ଶିକ୍ଷକଓ ଶିକ୍ଷକ ଶିକ୍ଷୟିତ୍ରୀ ଅଂଶ ଗ୍ରହଣ କରିଥିଲେ l ସଞ୍ଜୀବ କୁମାର ପଧାନ, ବିଜ୍ଞାନ ଶିକ୍ଷକ, ଝରlପାଲି ହାଇ ସ୍କୁଲ ବିଜ୍ଞାନ ସମ୍ବନ୍ଧୀୟ ଓ ବି. ଇ.ଓ. ମଛିନ୍ଦ୍ର ମଲ୍ଲିକ  ଅlଦ୍ଧ୍ୟାତ୍ମିକ ବିଷୟରେ ସବିଶେଷ ଆଲୋଚନା କରିଥିଲେ l ଶିକ୍ଷକ ଦୁର୍ଗା ପ୍ରସାଦ ଷଡଙ୍ଗୀ, ସୁବ୍ରତ କୁମାର ପଧାନ ଓ ସି ଆର୍ ସି ସି ସୋମନାଥ ସାହୁ ବିଚାରକ ଥିଲେ  lବ୍ଲକର ସମସ୍ତ ସି ଆର୍ ସି ସି, ଅଫିସ୍ କର୍ମଚାରୀ ଓ ସୂର୍ଯ୍ୟମଣି ଜନତା ହାଇ ସ୍କୁଲର ସମସ୍ତ କର୍ମଚାରୀ  କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ l
ବରଗଡ଼ ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ,୨୯/୩/୨୦୨୪----୧୦,୩୫ Sakhigopal News,29/3/2024

ads

Blog Archive

Popular Posts