ads

Breaking News

ସତ୍ୟବାଦୀ ରେ ଭିନ୍ନ ଧରଣର ବନ୍ଧୁ ମିଳନ


ସାକ୍ଷୀଗୋପାଳ ---- ସାକ୍ଷୀଗୋପାଳ ବ୍ଲକ ଛକ ସ୍ଥିତ ସ୍ବର୍ଣ୍ଣ ମଣ୍ଡପ ପରିସରରେ ଡେଲାଙ୍ଗ ବ୍ଲକର ଧାନକେରା ଗ୍ରାମ ପଞ୍ଚାୟତ ର କପିଳେଶ୍ୱର ହାଇସ୍କୁଲର ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ସତ୍ଯବାଦୀ ଦାଶଙ୍କ ପକ୍ଷରୁ ଏକ ବନ୍ଧୁ ମିଳନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅତିଥି ତଥା ଗୁରୁ ଭାବେ ଦାମୋଦର ମହାପାତ୍ର, ବନମାଳୀ ବେହେରା, ଚନ୍ଦ୍ର ଶେଖର ତ୍ରିପାଠୀ , ବୃନ୍ଦାବନ ଚନ୍ଦ୍ର ରଥ, ସତ୍ଯବାଦୀ  ଦାଶ,ଗଦାଧର ନନ୍ଦ ଓ ନିରୁପମା ରଥ ।ଏହି ଅବସରରେ ଗୁରୁ ମାନଙ୍କୁ ଉପଢୌକନ ଓ ତୁଳସୀ ଚାରା  ଦେଇ ସତ୍ଯବାଦୀ ସାରେ ସମ୍ମାନିତ କରିଥିଲେ।  ଅତିଥି ପରିଚୟ ଓ କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ ତପସ୍ଵିନୀ ଦାଶ ଓ ଆଲୋକ ଖୁଣ୍ଟିଆ। ଏହି ଅବସରରେ କଣ୍ଠଶିଳ୍ପୀ ମନୋଜ ମାଟି ଓ ସତ୍ଯପଜ୍ଞା ଗୁରୁବନ୍ଦନା ଗାନ କରିଥିଲେ। ଯେଉଁ ଗୁରୁ ଚାରିକାନ୍ଥ ଭିତରେ ରହି ତାର ଶିଷ୍ୟ ମୁଣ୍ଡରେ ହାତ ଥୋଇ ଖୁସିରେ ଓ ଦୁଃଖରେ ଆର୍ଶୀବାଦ ଦେଇଥାନ୍ତି ବୋଲି ମତ ପ୍ରକାଶ ପାଇଥିଲା। ଗୁରୁ ଓ ଶିଷ୍ୟ ମାନଙ୍କ ମଧ୍ୟରେ ଥିବାସତ୍ୟବାଦୀରେ ନୂତନ ଭାବେ ଏକ ବନ୍ଧୁ ମିଳନ ଉତ୍ସବ ଅନୁଷ୍ଠିତ 
ଗୁରୁ ଓ ଶିଷ୍ୟ ମାନଙ୍କ ମଧ୍ୟରେ ଥିବା  ସମ୍ପର୍କରେ ଆଲୋଚନା ଅନୁଷ୍ଠିତ ହୋଇଥିଲା। ବିଶେଷ କରି ଗୁରୁ ମାନେ ସବୁବେଳେ ଉଚ୍ଚ ସ୍ଥାନରେ ରହିଛନ୍ତି ଏବଂ ରହିବେ ବୋଲି ମତ ପ୍ରକାଶ ପାଇଥିଲା ।  ଅନ୍ୟମାନଙ୍କ ମଧ୍ୟରେ ସତ୍ଯବାଦୀ ବ୍ଲକର ଅଧ୍ୟକ୍ଷ ସୁନୀଲ କୁମାର ପଣ୍ଡା, ପ୍ରଫେସର ଅଶୋକ ମହାପାତ୍ର, ସତ୍ଯବାଦୀର ପୂର୍ବତନ ବିଧାୟକ ରଶ୍ମିରଞ୍ଜନ ବଳିୟାର ସିଂହ, ଯୁବନେତା ଓମ୍ ପ୍ରକାଶ ମିଶ୍ରଙ୍କ ସହିତ ବିଭିନ୍ନ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ଏବଂ ସତ୍ଯବାଦୀ ସାରଙ୍କୁ ଭଲ ପାଉଥିବା ଯୁବକ ମାନେ ଯୋଗଦେଇଥିଲେ। ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୧୫/୩/୨୦୨୪----୮,୪୫ Sakhigopal News,15/3/2024
  

ads

Blog Archive

Popular Posts