ads

Breaking News

ଜିଲ୍ଲା ସ୍ତରୀୟ ଆଶା ଓ ଗାଁ କଲ୍ୟାଣ ସମିତି ସମ୍ମିଳିନୀ



ନୟାଗଡ --- ସ୍ଥାନୀୟ ପଠାଣି ସାମନ୍ତ ସଂସ୍କୃତି ଭବନ ଠାରେ ନୟାଗଡ ଜିଲ୍ଲା ସ୍ତରୀୟ ଆଶା ଓ ଗାଁ କଲ୍ୟାଣ ସମିତି ସମ୍ମିଳିନୀ ଅନୁଷ୍ଠିତ ହୋଇଯାଇଅଛି । ଜିଲ୍ଲାରେ ଭଲକାମ କରି ଗୋଷ୍ଠୀର ବିଶ୍ଵାସ ଭାଜନ ହୋଇପାରିଥିବାରୁ  ପ୍ରତି ବ୍ଲକରୁ ଗୋଟିଏ ଶ୍ରେଷ୍ଠ  ଗାଁ କଲ୍ୟାଣ ସମିତିକୁ ପୁରସ୍କାର ସହିତ ଅର୍ଥରାଶି ଜିଲ୍ଲାପାଳ ଶ୍ରୀମତୀ ସ୍ଵଧା ଦେବ ସିଂହ ପ୍ରଦାନ କରିଥିଲେ। ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ ଦେବାଶିଷ ପଟ୍ଟନାୟକ ସମ୍ମାନିତ ଅତିଥି ଭାବେ ଯୋଗଦେଇ  ଆଶା କର୍ମୀମାନଙ୍କୁ ଛାଡି କୌଣସି ସ୍ୱାସ୍ଥ୍ୟ ସେବା ସମ୍ପର୍କରେ ଚିନ୍ତା କରାଯାଇ ପାରିବ ନାହିଁ  ବୋଲି ଦୃଢମତ ପୋଷଣ କରିଥିଲେ ତଥା ତୃଣମୂଳ ସ୍ତରରେ ଆଶାମାନଙ୍କ ମହନୀୟ କାର୍ଯ୍ୟ ଉପରେ ଆଲୋକପାତ କରିଥିଲେ । 
ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ରାମାକାନ୍ତ ପଣ୍ଡା ଯୋଗଦେଇ ଗୋଷ୍ଠୀ ସ୍ତରରେ ପଞ୍ଚଷଠି ପ୍ରକାର କାର୍ଯ୍ୟରେ ଆଶା ଓ ଅଙ୍ଗନୱାଡି କର୍ମୀମାନଙ୍କ ଭୂମିକାକୁ ଭୂୟଶୀ ପ୍ରସଂଶା କରିଥିଲେ । ମାତୃ ଓ ଶିଶୁ ସ୍ୱାସ୍ଥ୍ୟ ତଥା ଟୀକାକରଣ କ୍ଷେତ୍ରରେ ଆଶାମାନଙ୍କ ଯୋଗଦାନ ଯୋଗୁଁ ନୟାଗଡ ଜିଲ୍ଲା ରାଜ୍ୟରେ ସୁନାମ ଅର୍ଜନ କରିଛି ବୋଲି  ଅତିରିକ୍ତ ଜିଲ୍ଲା ଚିକିତ୍ସା ଅଧିକାରୀ (ପରିବାର କଲ୍ୟାଣ) ଡାକ୍ତର ସୁଭାଷ ଚନ୍ଦ୍ର ନାୟକ ମତ ପ୍ରକାଶ କରିଥିଲେ । ବ୍ଲକ ୱାରି ଶ୍ରେଷ୍ଠ ଆଶା ଓ ମହିଳା ଆରୋଗ୍ୟ ସମିତିଗୁଡିକୁ ପୁରସ୍କାର ଓ ଅର୍ଥରାଶି ପ୍ରଦାନ କରାଯାଇଥିଲା । 
ପରିଶେଷରେ ଆଶାମାନଙ୍କ ଦ୍ଵାରା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ।  ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲାର ସମସ୍ତ ଆଶା ଓ ଗାଁ କଲ୍ୟାଣ ସମିତିର ସଭ୍ୟସଭ୍ୟା ମାନେ ଯୋଗଦେଇଥିଲେ । ନୟାଗଡରୁ ନିରଞ୍ଜନ ଦାସଙ୍କ ରିପୋର୍ଟ,୩/୩/୨୦୨୪----୯,୩୫ Sakhigopal News,3/3/2024

ads

Blog Archive

Popular Posts