ads

Breaking News

ଗୁରୁକୁଳ ଉତ୍ସବ ୨୦୨୩ ଉଦଯାପିତ, ସଂସ୍କୃତି, ତପସ୍ୟା ଓ କଳା ହେଉଛି ଏହି ଗୁରୁକୁଳ


ସାକ୍ଷୀଗୋପାଳ ----- ଗୁରୁକୂଳ ଉତ୍ସବର  ଉଦଯାପନୀ ସନ୍ଦ୍ୟାକୁ ଓଡ଼ିଶା ସଂଗୀତ ନାଟକ ଏକାଡେମୀ ର ସଭାପତି ପଦ୍ମଶ୍ରୀ ଗୁରୁ ଡ,ଅରୁଣା ମହାନ୍ତି, ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟର ଅଧ୍ୟକ୍ଷ ଗୁରୁ ଡ, ବିଜୟ କୁମାର ଜେନା, ଗୁରୁକୁଳ ର ପ୍ରତିଷ୍ଠାତା ପ୍ରଫେସର ଗୁରୁ ରାମହରି ଦାସ, ଅନୁଷ୍ଠାନ ର ସମ୍ପାଦକ ହିମାଂଶୁ ଶେଖର ସ୍ବାଇଁ ଆନୁଷ୍ଠାନିକ ପ୍ରଦୀପ ପ୍ରଜ୍ବଳନ କରି  ଶୁଭାରମ୍ଭ କରିଥିଲେ। ଅନୁଷ୍ଠାନ ପକ୍ଷରୁ  ଅତିଥି ଙ୍କୁ ଉପଢୌକନ ଓ ଚାରା ଦେଇ ସମ୍ମାନିତ କରାଯାଇଥିଲା। ଅନୁଷ୍ଠିତ ସଭାରେ  ପଦ୍ମଶ୍ରୀ ଅରୁଣା ମହାନ୍ତି କହିଥିଲେ ଆମେ ସଂସ୍କୃତି ,ଆମ ପରମ୍ପରା ହେଉଛି ଓଡିଶି । ଏହି ଗୁରୁକୁଳ ହେଉଛି ଆମ ସଂସ୍କୃତିର ପ୍ରାଣକେନ୍ଦ୍ର । ଜଣେ କଳାକାର କେତେ ସାଧନା , ତପସ୍ୟା  କଲେ ନିଜେ ଠିଆ ହୋଇପାରେ ସେ କଥା ଆମ ପରି କଳାକାରମାନେ ହିଁ  କହି ପାରିବ  ବୋଲି  ମତ ପ୍ରକାଶ କରିଥିଲେ।  ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ ଜେନା  କହିଥିଲେ ଯେପରି  ପଙ୍କ ରୁ ପଦ୍ମ ଫୁଟେ ସେହିପରି ଏହି ଅନୁଷ୍ଠାନ  ପଦ୍ମଫୁଲ ଫୁଟେଇବ ଏଥିରେ ଦ୍ବିମତ ନାହିଁ  । ଶେଷ ସଂଧ୍ୟାରେ ଗୁରୁ ରବିଶଙ୍କର ପ୍ରଧାନ ଙ୍କ ଗୀତାର ବାଦନ, ସରିତା  ମିଶ୍ର ଙ୍କ ଓଡ଼ିଶୀ ନୃତ୍ୟ  ଶେଷରେ କ୍ରିକେଟ ମାସ ଅନୁଷ୍ଠାନ ପକ୍ଷରୁଏହି ଆମରି ଗାଁ ନୃତ୍ୟ ନାଟିକା ପରିବେଷଣ କରାଯାଇଥାଲା । ଉପ ସ୍ଥିତ ଦର୍ଶକ ପ୍ରତ୍ୟେକ କାର୍ଯ୍ୟକ୍ରମ କୁ ମନଭରି ଉପଭୋଗ କରିଥିଲେ। ଗୁରୁକୂଳ ର ପ୍ରତିଷ୍ଠାତା ଗୁରୁ ରାମହରି ଦାସଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ କାର୍ଯ୍ୟକ୍ରମ ପରିଚାଳିତ ହୋଇଥିଲା। କାର୍ଯ୍ୟକ୍ରମ କୁ ସଂଯୋଜନା କରିଥିଲେ ଡଃ, ଶ୍ରୀନିବାସ ଘଟଆରି।  ଗୁରୁକୁଳ ର ଅଧ୍ୟକ୍ଷ ଧନେଶ୍ଵର ସ୍ବାଇଁ ଧନ୍ୟବାଦ ଦେଇଥିଲେ। ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ, ୧/୪/୨୦୨୪----୫,୧୦ Sakhigopal News,1/4/2024

ads

Blog Archive

Popular Posts