ଡିଏଭି ବିଦ୍ୟାଳୟରେ ବିଜ୍ଞାନ ଉତ୍ସବ ପାଳନ
ଭଞ୍ଜନଗର-- ଡିଏଭି ପିଟି ଏସ ଆର ପବ୍ଲିକ ସ୍କୁଲ ଭଞ୍ଜନଗର ପରିସରରେ ବିଜ୍ଞାନ ଉତ୍ସବ ପାଳିତ ହୋଇଯାଇଛି। ତୃତୀୟ ଶ୍ରେଣୀ ଠାରୁ ଆରମ୍ଭ କରି ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଏହି ବିଜ୍ଞାନ ଭିତ୍ତିକ କାର୍ଯ୍ୟକ୍ରମ ପରିଚାଳନା କରାଯାଇଥିଲା।ଏହି ବିଦ୍ୟାଳୟର ବିଜ୍ଞାନ ଶିକ୍ଷୟିତ୍ରୀ ଶ୍ରୀମତୀ ନନ୍ଦିନୀ ପ୍ରଧାନଙ୍କ ତତ୍ବାବଧାନରେ ଛାତ୍ରଛାତ୍ରୀ ମାନେ ବିଜ୍ଞାନ ପ୍ରକଳ୍ପ ପ୍ରସ୍ତୁତ କରିଥିଲେ । ଏହି ବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ ବାସୁଦେବ ପାଣିଗ୍ରାହୀ ଓ ଡିଏଭି ବ୍ରହ୍ମପୁରର ବିଜ୍ଞାନ ଶିକ୍ଷୟିତ୍ରୀ ଶ୍ରୀମତୀ ଅମୃତାପ୍ରଜ୍ଞା ପଟ୍ଟନାୟକ ବିଦ୍ୟାଳୟ ପରିଦର୍ଶନରେ ଆସି ଏହି ପ୍ରକଳ୍ପଗୁଡିକର ସମୀକ୍ଷା କରି ଛାତ୍ରଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ। ଦଶମ ଛାତ୍ରଛାତ୍ରୀ ମାନଙ୍କୁ ବିଜ୍ଞାନ ଭିତ୍ତିକ ପ୍ରଶ୍ନ ପଚାରିବା ସହ ସେମାନଙ୍କ ପାଠପଢା ବିଷୟରେ ପଚାରି ବୁଝିଥିଲେ। ବିଦ୍ୟାଳୟ ର ବିଜ୍ଞାନ ଶିକ୍ଷକ ଶ୍ରୀ ରମା ବଲ୍ଲବ ପ୍ରଧାନ ଓ ଶ୍ରୀ ପ୍ରବୀଣ କୁମାର ପାତ୍ର, ଶ୍ରୀମତୀ ପଟ୍ଟନାୟକ ସମସ୍ତ ସହଯୋଗ ପ୍ରଦାନ କରିଥିଲେ। ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୨୯/୧/୨୦୨୪----୮,୪୫ Sakhigopal News,29/1/2024



