ads

Breaking News

ୟୁବି ହାଇସ୍କୁଲରେ ମୋ ବହି ମେଳା ଓ ବାର୍ଷିକ ଉତ୍ସବ ଅନୁଷ୍ଠିତ


ଭଞ୍ଜନଗର --- ସ୍ଥାନୀୟ ଉପେନ୍ଦ୍ର ଭଞ୍ଜ ( ସରକାରୀ ) ଉଚ୍ଚ ବିଦ୍ୟାଳୟ,ଭଞ୍ଜନଗରରେ ଆକାଂକ୍ଷୀ ପାଠ୍ୟକ୍ରମ ଅନ୍ତର୍ଗତ ଭାଷା ସାହିତ୍ୟ ସୃଜନଶୀଳତାର ଉତ୍ସବ ସହିତ ମୋ ବହି ମେଳା ଓ ବାର୍ଷିକ ପୁରସ୍କାର ବିତରଣ ଉତ୍ସବ ପାଳିତ ହୋଇଯାଇଛି।  ପ୍ରଥମେ ଓଡ଼ିଶାର ଦୁଇ ବରପୁତ୍ର ତଥା ସ୍ବାଧୀନତା ସଂଗ୍ରାମୀଙ୍କ ଜନ୍ମ ଦିବସ ପାଳିତ ହୋଇଥିଲା। ଏହି ଉତ୍ସବରେ ସଭାପତିତ୍ୱ କରିଥିଲେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ଉମାକାନ୍ତ ନାହାକ । ଅତିଥି ରୂପେ ଯୋଗଦେଇଥିଲେ ଭଞ୍ଜନଗର ବିଜ୍ଞାପିତ ଅଞ୍ଚଳ ପରିଷଦ ଉପାଧ୍ୟକ୍ଷ ଶ୍ରୀମତୀ ଶୁଭଶ୍ରୀ ଦାସ ଓ ପରିଚାଳନା କମିଟିର ସଦସ୍ୟମାନେ ଯୋଗ ଦେଇଥିଲେ। ଅତିଥିମାନେ ପ୍ରଥମେ ସାହିତ୍ୟ ସୃଜନୀ କ୍ଲବ୍ ଅନ୍ତର୍ଗତ " ମୋ କଥା ମୋ କାହାଣୀ - ମୋ ବହି" କାର୍ଯ୍ୟକ୍ରମ ଉନ୍ମୋଚନ କରିଥିଲେ । ଛାତ୍ରଛାତ୍ରୀ ଙ୍କ ଦ୍ୱାରା ପ୍ରସ୍ତୁତ ପୁସ୍ତକସମୂହ ବୁଲି ଦେଖିଥିଲେ। ପରେ ପରେ ଜିଜ୍ଞାସା କ୍ଲବ୍, କୈ।ଶଳୀ କ୍ଲବ୍, କ୍ରୀଡାଙ୍ଗନ କ୍ଲବ୍ ଅନ୍ତର୍ଗତ ବିଭିନ୍ନ ପ୍ରୋଜେକ୍ଟ ବୁଲି ଦେଖିଥିଲେ। ତତ୍ ପରେ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସହଯୋଗ ରେ ପୂର୍ବରୁ କରାଯାଇଥିବା ସମସ୍ତ କ୍ରୀଡା ଓ ଅନ୍ୟାନ୍ୟ ଶୈକ୍ଷିକ ପ୍ରତିଯୋଗିତାରେ ସଫଳତା ହାସଲ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ 
ପ୍ରମାଣ ପତ୍ର ସହ ପୁରସ୍କାର ଓ ଟ୍ରଫି  ବିତରଣ କରାଯାଇଥିଲା I  ଉକ୍ତ କାର୍ଯ୍ୟକ୍ରମସମୂହରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ବିଦ୍ୟାଳୟର ପରିଚାଳନା କମିଟି ସଭାପତି ଶ୍ରୀମତୀ ସୁନିତା ଦାସ l  ଶିକ୍ଷକ ପ୍ରଶାନ୍ତ କୁମାର ପ୍ରଧାନ , ସସ୍ମିତା ନାୟକ , ବିଳାସିନୀ ଜେନା , ଶଙ୍କର ପ୍ରସାଦ ପଟନାୟକ , ସ୍ୱପ୍ନେଶ୍ୱରୀ ଦିଗାଲ୍ , ସନ୍ତୋଷ ବେହେରା , ଅମିତ କୁମାର ବେହେରା , ଇପ୍ରିୟମ୍ ବଡରଇତ , ବିଷ୍ଣୁ ପ୍ରିୟା ସ୍ୱାଇଁ, ସୁରେଶ ପ୍ରଧାନ, ସୁନିଲ୍ ବେହେରା, କିରଣ କହଁର, ବନିତା ସ୍ବାଇଁ , କାଜଲ ବେହେରା, ଶୁଚିସ୍ମିତା ପ୍ରଧାନ, ଗଙ୍ଗାକଲ୍ଯାଣୀ କହଁର, ବିଭୁ ମହିମା ପ୍ରଧାନ, ଜ୍ୟୋତ୍ସ୍ନା ରାଣୀ ନାୟକ , ମିନତି କୁମାରୀ ବିଷୋୟୀ  ଓ ଶ୍ୟାମ ପ୍ରସାଦ ମିଶ୍ର ପ୍ରମୁଖ ଓ ଅନ୍ୟାନ୍ୟ ସମସ୍ତ କର୍ମଚାରୀ ଏହି କାର୍ଯ୍ୟ କ୍ରମ ରେ ପରିଚାଳନାରେ ସହଯୋଗ କରିଥିଲେ I ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୨୩/୧/୨୦୨୪---୮,୫୫ Sakhigopal News,23/1/2024

ads

Blog Archive

Popular Posts