ads

Breaking News

ଜାତୀୟ ଟାଏକୋଣ୍ଡୋ ପ୍ରତିଯୋଗିତାରେ ରୋପ୍ୟ ପଦକ ପାଇଲେ ଦୀପକ

 ସାକ୍ଷୀଗୋପାଳ --- ଚଳିତ ମାସ ଜାନୁଆରୀ ମାସରେ  ରାଜସ୍ଥାନର ମାଧପୁର ଠାରେ ୩୯ତମ ସିନିଅର ଜାତୀୟ କିରୋଗୀ ଟାଏକୋଣ୍ଡୋ ସହିତ ୧୩ତମ ଜୁନିଅର ଓ ୧୨ତମ ସିନିଅର ପୂମସି ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି।
ଟାଏକୋଣ୍ଡୋ ଫେଡେରେସନ ଅଫ ଇଣ୍ଡିଆ ଓ ରାଜସ୍ଥାନ ଟାଏକୋଣ୍ଡୋ ସଙ୍ଘ ମିଳିତ ଆନୁକୂଲ୍ୟରେ ଏହି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା।
ଏହି ପ୍ରତିଯୋଗିତା ରେ ଓଡିଶାରୁ ୨୨ ଜଣ ପ୍ରତିଯୋଗୀ ଟିମରେ ସ୍ଥାନ ପାଇ ଜାତୀୟ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଥିଲେ।ସିନିଅର ବିଭାଗ ରେ ପୂମସି ରେ ରୋପ୍ୟ ପଦକ ପାଇ ଓଡିଶା ପାଇଁ ଗୌରବ ଅର୍ଜନ କରିଛନ୍ତି 
ଦୀପକ କୁମାର ପ୍ରଧାନ । ସେ ସାକ୍ଷୀଗୋପାଳ ସ୍ଥିତ ହାନା ଟାଇକୋଣ୍ଡୋ ଏକାଡେମୀ ର କୋଚ ଭାବରେ ଏବେ କାର୍ଯ୍ୟରତ ଅଛନ୍ତି। ଅନ୍ୟ ପକ୍ଷରେ ତାଙ୍କ ପାଖରେ ଶିକ୍ଷା ଗ୍ରହଣ କରୁଥିବା ଛାତ୍ରଛାତ୍ରୀ ମାନେ ରାଜ୍ୟ ସ୍ତରରେ ଭାଗ ନେଇ ବେଶ ସଫଳ ଲାଭ କରିଛନ୍ତି। ଜିଲ୍ଲା ସଙ୍ଘର ସଭାପତି ବ୍ୟୋମକେଶ ଅଭିଳାଷ ପ୍ରସାଦ, ରାଜ୍ୟ ସଙ୍ଘ ର ସାଧାରଣ ସମ୍ପାଦକ ମନମୋହନ ଭଞ୍ଜ ଏବଂ ଏକାଡେମୀ ର ସମସ୍ତ ସଦସ୍ୟ ବୃନ୍ଦ ଏହି ସଫଳତା ପାଇଁ ଦୀପକଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୨୭/୧/୨୦୨୪-----୭,୧୦ Sakhigopal News,27/1/2024

ads

Blog Archive

Popular Posts