ସତ୍ୟବାଦୀ ବ୍ଳକ ସ୍ତରୀୟ ଧାନମଣ୍ଡି ଉଦଘାଟନ , ୭୨ ଘଣ୍ଟ ମଧ୍ୟରେ ଚାଷୀଙ୍କ ଆକାଉଣ୍ଟରେ ଟଙ୍କା ଜମା
ସାକ୍ଷୀଗୋପାଳ ---- ସତ୍ୟବାଦୀ ବ୍ଳକ ସ୍ତରୀୟ ଧାନ ମଣ୍ଡି ନୂଆସୋମୋଶ୍ୱରପୁର ସମବାୟ ସମିତି ପରିସରରେ ବିଧାୟକ ଶ୍ରୀ ଉମାକାନ୍ତ ସାମନ୍ତରାୟ ପ୍ରଦୀପ ପ୍ରଜ୍ୱଳନ କରି ଆନୁଷ୍ଠାନିକ ଭାବେ ଉଦଘାଟନ କରିଛନ୍ତି । ଏହି ଅବସରରେ ଅନୁଷ୍ଠିତ ସାଧାରଣ ସଭାରେ ସମସ୍ତ ଚାଷୀ ମାନଙ୍କୁ ବିଧାୟକ ଶ୍ରୀ ସମାନ୍ତରାୟକ ନିବେଦନ କରିଥିଲେ ଭଲ ଧାନ ମଣ୍ଡିକୁ ଆଣିବା ପାଇଁ । ଭଲ ଧାନ ଆଣିଲେ କାଟେଣୀ ଛାଟେଣିରୁ ମୁକ୍ତି ମିଳିବ । ସେହିପରି ୭୨ ଘଣ୍ଟା ମଧ୍ୟରେ ଚାଷୀ ବିକ୍ରୟ କରୁଥିବା ଧାନ ପଇସା ସେମାନଙ୍କ ଆକାଉଣ୍ଟକୁ ଯିବ ବୋଲି କହିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ବ୍ଳକ ଅଧ୍ୟକ୍ଷ ସୁନୀଲ କୁମାର ପଣ୍ଡା, ନୂଆସୋମୋଶ୍ୱରପୁର ଗ୍ରାମ ପଞ୍ଚାୟତର ସମିତିସଭ୍ୟା ଦୀପ୍ତିମୟୀ ପଣ୍ଡା, ସାକ୍ଷୀଗୋପାଳ ନିୟନ୍ତ୍ରୀତ ବଜାରକମିଟିର ସମ୍ପାଦକ ଜିତେନ୍ଦୁ ଦାଶ, ବ୍ଳକ ସମବାୟ ସମ୍ପସାରଣ ଅଧିକାରୀ କମଳ କୁମାର ଆଚାର୍ଯ୍ୟଙ୍କ ସହିତ ୧୬ ଗୋଟି ସମବାୟ ସମିତିର ସମ୍ପାଦକ ଓ ସଭାପତି ମାନେ ଉପସ୍ଥିତ ରହିଥିଲେ । ପ୍ରଥମ ଦିନରେ ୩ ଜଣ ଚାଷୀଙ୍କ ଠାରୁ ୬୫ କୁଇଣ୍ଟାଲ ଧାନ କିଣାଯାଇଥିବା ନୂଆସୋମୋଶ୍ୱରପୁର ସମବାୟ ସମିତିର ସମ୍ପାଦକ ବ୍ରଜବନ୍ଦୁ ସାହୁଙ୍କ ଠାରୁ ସୁଚନା ମଳିଛି । ଅନୁଷ୍ଠିତ ସଭାରେ ସମବାୟ ସମିତିର ସଭାପତି ବେଣୁଧର ବାରିକ ସଭାପତିତ୍ୱ କରିଥିଲେ ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୧୪/୧/୨୦୨୪---୭,୧୦ Sakhigopal News , 14/1/2024



