ads

Breaking News

ମା ବାଟପନ୍ଥେଇଙ୍କ ବାର୍ଷିକ ଉତ୍ସବ



ନୟାଗଡ଼--- ନୟାଗଡ଼ ଜିଲ୍ଲାର ଗଣିଆ ବ୍ଲକ ଆଦିବାସୀ ବହୁଳ ଗ୍ରାମ ବଡ଼ସିଲିଙ୍ଗା ପଞ୍ଚାୟତର ଆରାଧ୍ୟ  ଦେବୀ ମା' ବାଟ ପନ୍ଥେଇଙ୍କର ବାର୍ଷିକ ପୂଜା ଉତ୍ସବ  ଅନୁଷ୍ଠିତ ହୋଇଯାଇଛି ।   ଆଦିବାସୀ ସଂପ୍ରଦାୟର ପାରମ୍ପାରିକ ରୀତିନୀତି ଅନୁସାରେ ପୂଜାର୍ଚ୍ଚନା କରାଯାଇଥିଲା । ବଡ଼ସିଲିଙ୍ଗା ପଞ୍ଚାଯତର ୩୩ଟି ଗାଁର ଗ୍ରାମବାସୀଙ୍କ ସହ‌ଯୋଗରେ ଅନୁଷ୍ଠିତ ହୋଇଥିବା ଏହି ଉତ୍ସବରେ ବହୁ ଭକ୍ତଙ୍କର ସମାଗମ ହୋଇଥିଲା। ଆଦିବାସୀ ସଂପ୍ରଦାୟର ଏହା ମୁଖ୍ୟ ପର୍ବ ହୋଇଥିବାରୁ ପରମ୍ପରା ଅନୁସାରେ ବହୁ ମାନସିକଧାରୀ ବୋଦା, ଗଞ୍ଜା,କୁକୁଡ଼ା ବଳି ପକାଇଥିଲେ । ସେହିପରି ଗଣିଆ ବ୍ଲକର ଅନ୍ୟ ପଞ୍ଚାୟତରୁ ବହୁ ଶ୍ରଧାଳୁ ମାଙ୍କ ପାଖରେ ଭୋଗ ଲାଗି କରିବା ଲାଗି ହାତରେ  ନଡ଼ିଆ କଦଳୀ, ସିନ୍ଦୂର, ଧୂପକାଠି ଆଦି ଧରି ମା'ଙ୍କ ନିକଟକୁ ଆସି ଭୋଗଲାଗି କରି ମାଙ୍କୁ ଦର୍ଶନ କରିଥିଲେ । ପୂର୍ବରୁ ମା'ଙ୍କ ପାଖରେ ପୋଢୁଅ ବଳି ଦିଆଯାଉଥିଲା । କିନ୍ତୁ ତାହା ବର୍ତ୍ତମାନ ବନ୍ଦକରି ବୋଦା ଓ କୁକୁଡ଼ା ବଳି ଦିଆଯାଇଛି । ଏହି ପୂଜା ଉତ୍ସବରେ ବିଭିନ୍ନ ଉଠା ଦୋକାନ ଦେଖ‌ିବାକୁ ମିଳିଥିଲା ।
ପରିଚାଳନା କମିଟି ତରଫରୁ ରାତିରେ ସାଂସ୍କୃତିକ କାର୍ଯ୍ୟକ୍ରମ ମହାଭାରତ ନାଟକ ପରିବେଷଣ କରାଯାଇଥିଲା। ପୂଜା ଉତ୍ସବରେ ଶାନ୍ତି ଶୃଙ୍ଖଳାକୁ ଲକ୍ଷକରି ମାଦକ ଦ୍ରବ୍ୟ ସେବନ ଓ ବିକ୍ରୟ ଉପରେ କଟକଣା କରାଯାଇଛି ବୋଲି ପରିଚାଳନା କମିଟିର ସମ୍ପାଦକ ବିପ୍ରଚରଣ ମଳିକ,କମିଟି ମେମ୍ବର ନିରଂଜନ ଯାନୀ, ସଭାପତି ଲକ୍ଷ୍ମଣ ଯାନୀ, ଏବଂ ସମ୍ପାଦକ ପ୍ରମୋଦ ମାଝୀକହିଛନ୍ତି।
ତେବେ ଏହି ମାଙ୍କ ଉତ୍ସବରେ ପ୍ରାୟ ୧୦ ହଜାରରୁ ଉର୍ଦ୍ଧ୍ବ ଜନ ସମାଗମ ହୋଇଥିଲା । ଲୋକଙ୍କ ମୁଖରୁ ଶୁଣା ଯାଏ ଯେ ମା ପ୍ରତ୍ୟକ୍ଷ ଠାକୁରାଣୀ ହୋଇ ଥିବା ବେଳେ ମାଙ୍କୁ ଯେ କୌଣସି ବିପଦ ଆପଦ ବେଳେ ଡାକିଲେ ମା ଶୁଣନ୍ତି ।ଯିଏ ଯାହା ମାନସିକ କରି ଥାଆନ୍ତି ମାପୂରଣ କରନ୍ତି ବୋଲି ବିଶ୍ଵାସ ରହିଥିବାରୁ ବହୁ ଦୁରଦୁରାନ୍ତରୁ ଭକ୍ତ ଏହି ସ୍ଥାନକୁ ଆସି ଥାନ୍ତି।
ନୟାଗଡ଼ ରୁ ନିରଞ୍ଜନ ଦାସଙ୍କ ରିପୋର୍ଟ,୨୫/୧/୨୦୨୫----୮,୫୫ Sakhigopal News,25/1/2024

ads

Blog Archive

Popular Posts