ads

Breaking News

ବିବାହବେଦୀରେ ପରିବେଶ ସୁରକ୍ଷା ବାର୍ତ୍ତା ସହ ପୁସ୍ତକ ଦାନ କଲେ ହୃଷୀକେଶ ପାଢ଼ୀ

Hrishikesh Padhi donated books with environmental protection messages at the wedding.


ଡେଲାଙ୍ଗ --- ଲୋକମାନେ ବାହାଘର ଭୋଜି ଖାଇବାକୁ ଯିବା ସମୟରେ ହାତରେ ଗିପ୍ଟିଟଖାମ ଥାଏ । ମାତ୍ର ଏପରି  ଜଣେ ଯୁବକ ଡେଲାଙ୍ଗ ର ଅଛନ୍ତି ସେ ଯେଉଁଠି କି ଯାଉଛନ୍ତି ତାଙ୍କ ହାତରେ ଖାମ ବଦଳରେ ଗଛ ଓ ପୁସ୍ତକ ରହିଛି ।  ସବୁଜ ଡେଲାଙ୍ଗ ଟ୍ରଷ୍ଟ ବୋଳକଣା ର ପ୍ରତିଷ୍ଠାତା ପରିବେଶକର୍ମୀ, ସାହିତ୍ୟିକ ତଥା ଆଇନଜୀବୀ ହୃଷୀକେଶ ପାଢ଼ୀ  । ମଙ୍ଗଳବାର ସାକ୍ଷୀଗୋପାଳ  ଦେବରାଜ କଲ୍ୟାଣମଣ୍ଡପ ରେ କବି ତଥା ଗବେଷକ ଭୀମସେନ ମହାପାତ୍ର ଙ୍କ ସୁପୁତ୍ରୀ ଶ୍ରିଲେଖା ଙ୍କ ସହ ରାକେଶ ଙ୍କର ବିବାହ ଉତ୍ସବ ଅନୁଷ୍ଠିତ ହେଇଥିଲା। ନିମନ୍ତ୍ରିତ ଅତିଥି ଭାବେ ଯୋଗ ଦେଇ ଶ୍ରୀ ପାଢୀ ତିନୋଟି ପୁସ୍ତକ ଅମର ଜଳ, ଚମ୍ପା ଓ ନବରଙ୍ଗପୁର ଜିଲ୍ଲାର କବି ଓ କବିତା ଦାନ କରିବାସହ ପରିବେଶ ସୁରକ୍ଷା ର ବାର୍ତ୍ତା ପ୍ରଚାର କରିଥିଲେ । ଅନ୍ୟ ମାନଙ୍କ  ମଧ୍ୟରେ ଶିଶୁସାହିତ୍ୟିକ ରଶ୍ମିରଂଜନ ସାହୁ, କବି ଚନ୍ଦ୍ରଶେଖର, ଗାନ୍ଧୀବାଣୀ ପ୍ରଚାରକ ଅନାମ ମଲ୍ଲିକ, ଶିକ୍ଷକ ତଥା ଆଶୁକବି ଅଭୟ ଚରଣ ସାହୁ, ଗବେଷକ ଭୀମସେନ ମହାପାତ୍ର, ଆକାଶ ଚନ୍ଦ୍ର ପାଢ଼ୀ ପ୍ରମୁଖ ଉପସ୍ଥିତ ଥିଲେ । ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୧୧/୫/୨୦୨୨---୫,୪୫ Sakhigopal News,11/5/2022

ads

Blog Archive

Popular Posts